ଦଳ ଓ ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ: ମନମୋହନ

Key Points
ପୁଣି ରାଜ୍ୟ ବିଜେପି ମଙ୍ଗ ଧରିଲେ ମନମୋହନ ସାମଲ
ନିର୍ଦ୍ବନ୍ଦ୍ବରେ ଚତୁର୍ଥ ଥର ହେଲେ ଦଳର ସଭାପତି
ମନମୋହନ-ମୋହନ ପରସ୍ପରକୁ ଦେଲେ ପ୍ରତିଶ୍ରୁତି
ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କଲେ ସମ୍ବୋଧନ
ମନମୋହନ କହିଲେ, ଦଳ ଓ ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ
ମୋହନ କହିଲେ - ଯୋଡ଼ାକୁ ଘୋଡା ସରି ନୁହେଁ
ମୋଦି 11 + ମୋହନ 1 = 111
ଶହେ ସ୍ପିଡରେ ଦୌଡିବ ଘୋଡ଼ା
ପୁଣି ମନମୋହନଙ୍କ ହାତରେ ଓଡିଶା ବିଜେପିର ମଙ୍ଗ । ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ହୋଇଛନ୍ତି ମନମୋହନ ସାମଲ । ସୋମବାର ଜଣେ ମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଥିଲେ । ତେଣୁ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ମନମୋହନ । ଆଜି ବିଧିବଦ୍ଧ ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୈସ୍ଵାଲ । ଏହାସହ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
ସେପଟେ ନବ ନିର୍ବାଚିତ ସଭାପତିଙ୍କୁ ପାଇ ଉତ୍ସବ ମୁଖର ହୋଇ ଉଠିଛି ବିଜେପି ଶିବିର । ମନମୋହନଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ରାଜ୍ୟ ସଭାପତି ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା ପରେ ଏମିତି ଥିଲା ରାଜ୍ୟ କାର୍ଯ୍ୟଳୟ ପରିସରର ଦୃଶ୍ୟ । ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ କରିଥିଲେ କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ଦଳୀୟ ନେତା ଓ କର୍ମୀ ଦେଇଥିଲେ ଭବ୍ୟ ସମ୍ବର୍ଦ୍ଧନା । ଫୁଲ ତୋଡ଼ା, ପୁଷ୍ପ ମାଲ୍ୟ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଲେ । ରସଗୋଲା ଖୁଆଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉଦବୋଧନ ଦେଇ ନେତା, କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ନବ ନିର୍ବାଚିତ ରାଜ୍ୟ ସଭାପତି । ମନମୋହନ କହିଛନ୍ତି, ବିଜେପି ଲମ୍ବା ଇନିଂସ ଖେଳିବ ।
ବିଜେପି ସରକାର 2036 ମସିହା ବି ଦେଖିବ, 2047 ମସିହା ବି ଦେଖିବ । ବିଜେପି ଏମିତି ଏକ ଦଳ ଯେଉଁଠି ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ହୋଇପାରେ, ଆଉ ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୋଇବାକୁ ଦେବା ନାହିଁ ବୋଲି କହିଥିଲି । ଆଉ ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି, ଲୋକଙ୍କ ପାଇଁ କାମ କରିବା ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି ମନମୋହନ । ସେ ଆହୁରି କହିଛନ୍ତି, ଏବେ ଦାୟିତ୍ଵ ଛିଣ୍ଡି ନାହିଁ । ଦାୟିତ୍ଵ ବଢ଼ିଛି । ସବୁ ଗାଁ କୁ ଯିବା, ଲୋକଙ୍କ ସହ ମିଶିବା, ଭଲ ବ୍ୟବହାର କରିବା । ତେଣୁ ସମସ୍ତେ ମିଳିମିଶି ଏକ ହୋଇ ଟିମ ସ୍ପିରିଟରେ କାମ କର । ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ନାହିଁ ବୋଲି ମନମୋହନ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଡ଼ାକୁ ଘୋଡା ସରି ନୁହେଁ । ମୋନମୋହନ ସାମଲ ଚତୁର୍ଥ ସଭାପତି ହୋଇଛନ୍ତି ।
📱 Get Argus News App
✨ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇଛି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଯୋଡକୁ ଘୋଡା ସରି ନୁହେଁ । କେନ୍ଦ୍ରର 11 ରାଜ୍ୟର 1 ମିଶି 12 କିନ୍ତୁ ଏହା ଆଗକୁ 111 ହେବ । ସଙ୍ଗଠନ ଓ ସରକାର ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ଵ । ଏହି ଦୁଇ ପାର୍ଶ୍ଵ ଆଜି ଗୋଟିଏ ହୋଇ କାମ କରିବାର ସଂକଳ୍ପ ନେଇଛନ୍ତି ।ଏଥରକୁ ମିଶାଇ ଚତୁର୍ଥ ଥର ବିଜେପି ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ମନମୋହନ ସାମଲ । ପ୍ରଥମେ 1999ରୁ 2000, 2001ରୁ 2004, ମାର୍ଚ୍ଚ 2023ରୁ 2025 ଯାଏଁ ସଭାପତି ଥିଲେ ରାଜ୍ୟ ବିଜେପିର ସଭାପତି ଥିଲେ ମନମୋହନ ।