ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ସାତପଡ଼ାରୁ ଜହ୍ନିକୁଦା ଯାଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ 2 ଘଣ୍ଟା ହେଲା ଅଟକି ରହିଥିବା ସୂଚନା। ବୋଟରେ ଅଛନ୍ତି ୭୦ ଅଧିକ ଯାତ୍ରୀ ଓ ୩୦ରୁ ଅଧିକ ବାଇକ୍।
ଚିଲିକା ମଝିରେ ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଅଟକି ରହିଛି ଯାତ୍ରୀବାହୀ ଡ଼ଙ୍ଗା । ସାତପଡାରୁ ଜହ୍ନିକୁଦା ଅଭିମୁଖେ ୫ କିମି ଚିଲିକାରେ ଓଭର ଲୋଡ଼ିଂ ନେଇ ଯାଉଥିବା ଯାତ୍ରୀବାହୀ ଡ଼ଙ୍ଗା ମଝି ଚିଲିକାରେ ଅଟକି ରହିଛି । ଦୁଇ ଘଣ୍ଟା ଧରି ଚିଲିକାରେ ଡ଼ଙ୍ଗାଟି ଫସି ରହିଥିବା ଚିତ୍ର ସାମ୍ନାକୁ ଆସିଛି ।
📱 Get Argus News App
✨ଏପର୍ଯ୍ୟନ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇନାହିଁ । ଡ଼ଙ୍ଗାରେ ଯାତ୍ରୀମାନେ ଫସିରହିବା ସହ ଭୟଭୀତ ରହିଛନ୍ତି । ଡ଼ଙ୍ଗାରେ ଛୋଟ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି । ବିନା ଲାଇଫ୍ ଜ୍ୟାକେଟରେ ୭୦ ଅଧିକ ଯାତ୍ରୀଙ୍କୁ ନେଇ ବେଫିକର୍ ଭାବେ ଯାଉଥିବା ଡ଼ଙ୍ଗା ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସି ରହିଛି ।
ଦୁଇଘଣ୍ଟା ପରେ ମଧ୍ୟ ଚିଲିକାରେ ଅଥଳ ପାଣିରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ନାହିଁ । ପଣାଯାତ୍ରା ପାଇଁ ଅଧିକ ଟଙ୍କା ଲୋଭରେ ଅଧିକ ଯାତ୍ରୀ ନେବା ହୋଇଛି କାଳ। ଡ଼ଙ୍ଗାରେ ୭୦ରୁ ଉର୍ଦ୍ଧ ଯାତ୍ରୀ ଓ ୩୦ ବାଇକ୍ ରହିଛି । ପଣାଯାତ୍ରା ପାଇଁ ଚିଲିକାରେ ଓଭର ଲୋଡ଼ିଂ ପାଇଁ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ।