ରାଶିବାଡ଼ ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: ସମସ୍ତେ ସୁରକ୍ଷିତ
·1 year ago

Key Points
ରାଶିବାଡ଼ ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ
ଭେଙ୍କେଟାଦ୍ରି ନାମକ ଘରୋଇବସ ଓଲଟିଲା
ସମସ୍ତ ଯାତ୍ରୀ ସୁରକ୍ଷିତ
ଗଜପତି ଜିଲ୍ଲା ରାୟଗଡ଼ ଥାନା ରାସିବାଡ ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାରଳାଖେମୁଣ୍ଡି ଠାରୁ ରାମଗିରି ଅଭିମୁଖେ ଯାଉଥିଲା ଭେଙ୍କେଟାଦ୍ରି ନାମକ ଘରୋଇବସ । ଏକ ବହୁତ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ସୂଚନା ଅନୁଯାୟୀ, ଭେଙ୍କେଟାଦ୍ରି ନାମକ ଏକ ଘରୋଇ ବସ୍ ପାରଳାଖେମୁଣ୍ଡି ଠାରୁ ରାମଗିରି ଅଭିମୁଖେ ଯାଉଥିବା ବେଳେ ରାଶିବାଡ ଘାଟି ଉଠି ନ ପାରି ପଛକୁ ଗଡିଗଲା ଗାଡ଼ି।
ଫଳରେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ରାସ୍ତା କଡ଼କୁ ଖସିଗଲା। ସୌଭାଗ୍ୟ ବଶତଃ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି କିଛି ଯାତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: