ଓଲଟିଲା ଯାତ୍ରୀବାହୀ ବସ୍ :୧୭ ଆହତ ୨ ଗୁରୁତର
·1 year ago

ରାଇରଙ୍ଗପୁରରରେ ଓଲଟିଲା ଯାତ୍ରୀବାହୀ ବସ୍ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ କରାଯାଇଛି ।
ଏହି ଦୁର୍ଘଟଣା ବହଳଦା ଥାନା ତିଖିଆ ଗ୍ରାମ ନିକଟସ୍ଥ ଚାଞ୍ଚଳା ନିକଟରେ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
