କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍: ଆହତମାନେ ମେଡିକାଲରେ ଭର୍ତ୍ତି
·1 year ago

କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍ । ଖମ୍ବେଶ୍ବରୀ ନାମକ ଏକ ବସ୍ ଓଲିଟି ପଡିଥିବା ସୂଚନା ରହିଛି । ଏଥିରେ ୧୫ରୁ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖମ୍ବେଶ୍ବରୀ ନାମକ ବସ୍ ରାୟପୁରରୁ ବ୍ରହ୍ମପୁର ଆସୁଥିଲା ।
ଶୁକ୍ରବାର ସକାଳୁ ବସ୍ ଡ୍ରାଇଭର କଳିଙ୍ଗା ଘାଟିରେ ଏକ ଗୋଲେଇରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡିଥିଲା । ଏହାପରେ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: