ବିଳମ୍ବିତ ରାତିରେ ଓଲଟିଲା ଯାତ୍ରୀବାହୀ ବସ୍ , ଥିଲେ ୩୫ ଯାତ୍ରୀ
·10 months ago

Key Points
ଓଲାଟିଲା ଘରୋଇ ଯାତ୍ରୀବାହୀ ବସ୍
କଣ୍ଡକ୍ଟର ଗୁରୁତର
୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ
ଓଲଟିଲା ଯାତ୍ରୀବାହୀ ବସ୍ । ଥିଲେ ୩୫ରୁ ଅଧିକ ଯାତ୍ରୀ । ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଓଲଟିଛି ଯାତ୍ରୀବାହୀ ବସ୍ । କଣ୍ଡକ୍ଟର ଗୁରୁତର ଥିବାବେଳେ ବସ୍ରେ ୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ବସ୍ଟି ଭୁବନେଶ୍ଵରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ବସ୍ ଭିତରେ ୩୫ରୁ ଅଧିକ ଯାତ୍ରୀ ଥିଲେ ।
ଜାମୁ ସାହି ଛକ ନିକଟରେ ଫାଙ୍କା ରାସ୍ତାରେ ଏକ ମାଲ୍ ବାହି ଟ୍ରକ୍ କୁ ସାଇଡ୍ ମାରିବାକୁ ଯାଇ ଓଲଟି ପଡିଛି ବସ୍ । ସେପଟେ ଖବର ପାଇ ବାଣୀଗୋଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବସ୍ ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍ ରେ ବଲାଙ୍ଗୀର ଅଭିମୁଖେ ପଠାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: