Videos
|
Odisha

Bus Accident / ହଠାତ୍ ଓଲଟିଲା ଯାତ୍ରୀବାହୀ ବସ୍, ଅନେକ ଆହତ

Rashmita Mishra
Browse all articles by Rashmita Mishra
·1 hour ago·1 min read
ହଠାତ୍ ଓଲଟିଲା ଯାତ୍ରୀବାହୀ ବସ୍, ଅନେକ ଆହତ
Bus Accident

Key Points

ହଠାତ୍ ଓଲଟିଲା ବସ୍ ।
କଟକରୁ ବାଲେଶ୍ବର ଯାଉଥିଲା ଯାତ୍ରୀବାହୀ ବସ୍ ।
ବଡ଼ଚଣା ଥାନା କଢ଼େଇ ଛକ ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି  । 

ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅଧୀନ କଢ଼େଇ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏହି ବସ୍ ହଠାତ୍ ଭାରସାମ୍ୟ ହରାଇ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଥିବା ଜଣାପଡ଼ିଛି ।

ଦୁର୍ଘଟଣା ଘଟିବା ପରେ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ବସ୍ ଓଲଟି ପଡ଼ିବା ଯୋଗୁଁ ଏକାଧିକ ଯାତ୍ରୀ ଆହତ ହୋଇଥିବା ପ୍ରଥମିକ ସୂଚନାରୁ ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ବଡ଼ଚଣା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।

ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ବସ୍‌ଟି ଦ୍ରୁତ ଗତିରେ ଯାଉଥିଲା ନା ଅନ୍ୟ କୌଣସି କାରଣରୁ ଭାରସାମ୍ୟ ହରାଇଥିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ମଧ୍ୟ ଜଣାପଡ଼ିଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: