Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chilika Lake / ଯାତ୍ରୀଙ୍କ ଲାଇଫ୍‌ ଜ୍ୟାକେଟ୍ ନାହିଁ, ଡଙ୍ଗାରେ ଲଦା ହୋଇଛି ଗାଡ଼ି

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଯାତ୍ରୀଙ୍କ ଲାଇଫ୍‌ ଜ୍ୟାକେଟ୍ ନାହିଁ, ଡଙ୍ଗାରେ ଲଦା ହୋଇଛି ଗାଡ଼ି
DangereousBoat Transport

Key Points

ଛାତିକୁ ପଥର କରି ୫ କିଲୋମିଟର ଯାତ୍ରା କରନ୍ତି ।
ଡଙ୍ଗାରେ ଲୋକଙ୍କ ସହ ରହିଥାଏ ମୋଟର ସାଇକେଲ୍ ।
ଛୁଆ ପିଲାଙ୍କୁ ଧରି ବିପଦପୂର୍ଣ୍ଣ ଜଳ ଯାତ୍ରା । ବର୍ଷ ବର୍ଷ ଧରି ବାଜିରେ ଲାଗିଛି ଜୀବନ । ଅକାତ କାତ ପାଣିରେ ଚିଲିକା ପାର ହେଉଛନ୍ତି ଲୋକେ। ସୁରକ୍ଷା ପ୍ରତି ଧ୍ୟାନ ନାହିଁ । ସାତପଡାରୁ ଜହ୍ନିକୁଦାକୁ ୫ କିଲୋମିଟର ଯାତ୍ରାରେ ବାଜିରେ ଲାଗିଛି ଲୋକଙ୍କ ଜୀବନ। ଅକାତ କାତ ପାଣିରେ ବିପଦପୂର୍ଣ୍ଣ ଜଳଯାତ୍ରା । ଖୋଲା ବୋଟ୍‌ରେ ଚିଲିକା ପାର ହେଉଛନ୍ତି ଲୋକେ । ପ୍ରତିଦିନର ଏମିତି କିଛି ଦେଖିବାକୁ ମିଳିଥାଏ । ବିପଦ ସଙ୍କୁଳ ଭାବେ ଦେଶୀ ଡଙ୍ଗାରେ ଜଳ ଯାତ୍ରା କରନ୍ତି ଲୋକେ । ଛାତିକୁ ପଥର କରି ୫ କିଲୋମିଟର ଯାତ୍ରା କରନ୍ତି । ଡଙ୍ଗାରେ ଲୋକଙ୍କ ସହ ରହିଥାଏ ମୋଟର ସାଇକେଲ୍ ।

କ୍ଷମତା ଠାରୁ ଅଧିକ ମାତ୍ରାରେ ଓଭରଲୋଡ କରି ଚିଲିକାରେ ହେଉଛି ଜଳ ଯାତ୍ରା । କାହାରି ଦେହରେ ନାହିଁ ଲାଇଭ୍ ଜ୍ୟାକେଟ୍ । ଖୁନ୍ଦା ଖୁନ୍ଦି ହୋଇ ପାର ହେଉଛନ୍ତି ଲୋକେ । କେବଳ ଦେଶୀ ଡଙ୍ଗା ନୁହେଁ ସିଡିଏ ବିଭାଗର ଭସାପୋଲରେ ମଧ୍ୟ ଜୀବନକୁ ବାଜି ଲଗାଇ ପାର ହେଉଛନ୍ତି ଲୋକେ । କ୍ଷମତାର ମାପଦଣ୍ଡ ଅଛି, ହେଲେ ଧରପଗଡ଼ ନାହିଁ, ତେଣୁ ବେଫିକର ଭାବେ ଚିଲିକାରେ ଚାଲୁଛି ଡଙ୍ଗା । ଯାତ୍ରୀ ବାହି ଡଙ୍ଗା ଗୁଡିକର ଫିଟନେସ୍ ଯାଞ୍ଚ ହେଉନି । ଭଗବାନଙ୍କ ଭରଷାରେ ଲୋକଙ୍କ ଜୀବନ।

ନୂଆ ବର୍ଷ ଦିନ ଭସାପୋଲରୁ ଖସି ମାଲକାନଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଏହାପରେ ଆକ୍ସନ ମୋଡ୍‌କୁ ଆସିଥିଲା ପ୍ରଶାସନ । କୁହୁଡ଼ି ଲାଗି ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଏବଂ ଭସାପୋଲ ଚଳାଚଳ ଉପରେ ଲାଗିଛି ରୋକ୍ । ଭସାପୋଲରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବ୍ୟବହାର ବାଧ୍ୟତାମୂଳକ ହୋଇଛି । କିନ୍ତୁ ଡଙ୍ଗା ଚଳାଚଳ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ । ଯାହାକି ବଡ଼ ବିପଦକୁ ନିମନ୍ତ୍ରଣ କଲା ଭଳି ହେଉଛି ।

ଏବେ ଚିଲିକା ଉପରେ ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏବେ ଅପେକ୍ଷା କେବେ ଦୂର ହେବ ଚିଲିକା ଓ ଏହାର ଆଖ ପାଖ ଅଞ୍ଚଳବାସୀଙ୍କ ଯନ୍ତ୍ରଣା ? କେବେ ଦୂର ହେବ ଲୋକଙ୍କ ଦିର୍ଘ ଦିନର ସମସ୍ୟା ? କେବେ ପୂରଣ ହେବ ସେମାନଙ୍କ ସ୍ୱପ୍ନ ? କିଏ ଦୂର କରିବ ତାଙ୍କ ଦୁଃଖ ? ଏମିତି ନାନା ପ୍ରଶ୍ନ ସହ ଏବେ ଆଶା ଅଶଙ୍କାରେ ସାଧାରଣ ଜନତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chilika Lake | Passenger has no life jacket, vehicle loaded in boat | Argus News