Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵତନ୍ତ୍ର ଟ୍ରେନ୍‌ରେ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ଲାଇନଚ୍ୟୁତ ଟ୍ରେନର ଯାତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍ଵତନ୍ତ୍ର ଟ୍ରେନ୍‌ରେ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ଲାଇନଚ୍ୟୁତ ଟ୍ରେନର ଯାତ୍ରୀ

ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ଲାଇନଚ୍ୟୁତ ଟ୍ରେନର ଯାତ୍ରୀ। କଟକ ମଙ୍ଗୁଳିରୁ ଯାତ୍ରୀଙ୍କୁ ନେଇ ବାହାରିଲା ସ୍ବତନ୍ତ୍ର ଟ୍ରେନ। ରେଳବାଇ CPRO କହିଲେ, ଅପ୍‌ ଲାଇନ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ। ଡାଉନ୍ ଲାଇନ୍‌ର ୫ଟି ଟ୍ରେନ ଡାଇଭର୍ଟ।

କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଫସି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିବା ବେଳେ ଏହା ନରାଜ ଦେଇ ଯିବ। ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ବୋଲି ଜଣାପଡ଼ିଛି।

କାମାକ୍ଷା ଏକ୍ସପ୍ରେସ (ନଂ ୧୨୫୫୧) ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ନିର୍ଗୁଣ୍ଡିଠାରେ ମଧ୍ୟାହ୍ନରେ ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳବାହିନୀ ଟିମ୍‌ ପହଞ୍ଚିଥିବା ଜଣାପଡ଼ିଛି। ଆର୍‌ପିଏଫ୍‌ ଏବଂ ଜିଆର୍‌ପିଏଫ୍‌ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ହେଲେ ଟ୍ରେନ୍‌ କିପରି ଲାଇନଚ୍ୟୁତ ହେଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅପରପକ୍ଷେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ ନଂ- ୭୨୦୫୧୪୯୫୯୧, ଭୁବନେଶ୍ବର ୧ନଂ ପ୍ଲାଟ୍‌ଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା ରୋଡ୍‌ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
passengers-of-derailed-train-are-going-to-their-destination-in-a-special-train | Argus News