Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ରାସ୍ତାର କଳା ଦୁର୍ନୀତି ଲୁଚାଇବା ପାଇଁ ଚାଲିଛି ପ୍ୟାଚିଂ

Odisha

ରାସ୍ତାର କଳା ଦୁର୍ନୀତି ଲୁଚାଇବା ପାଇଁ ଚାଲିଛି ପ୍ୟାଚିଂ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତାର କଳା ଦୁର୍ନୀତି ଲୁଚାଇବା ପାଇଁ ଚାଲିଛି ପ୍ୟାଚିଂ

ହାତ ମାରିଲେ ଉଲୁରି ଆସୁଛି କଳା କଳା ଗୋଡ଼ି। ଏଇ ମାତ୍ର କିଛି ମାସ ତଳେ ନିର୍ମାଣ ହୋଇଥିବା ରାସ୍ତାର ଏମିତି ଦୟନୀୟ ସ୍ଥିତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଜବାଗୁଡାରୁ କୋଷାଗୁମୁଡା ବ୍ଲକ ସଦରକୁ ସୋଂଯଗ କରୁଥିବା ଏ ରାସ୍ତାର ଅବସ୍ଥା ଦେଖିଲେ ଏହି କାମରେ ଯେ ସାଂଘାତିକ ଚଞ୍ଚକତା ହୋଇଥିବା ଅନୁମାନ କରି ହେଉଛି। 5 କିମି. ଏହି ରାସ୍ତାରୁ ପିଚୁ ଉଠିଗଲାଣି, ଫଳରେ ମଝିରେ ମଝିରେ ପ୍ୟାଚିଂ କରିବା କାମ ଚାଲିଛି। ହେଲେ ସେଥିରେ ବି କିଭଳି ଠକାମୀ କରାଯାଉଛି ।


ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଏହି ରାସ୍ତା। ହେଲେ ଏହା ଲୋକଙ୍କୁ କମ୍ ଅଧିକାରୀ ଓ ଠିକାଦାରଙ୍କୁ ଅଧିକ ଫାଇଦା ଦେଇଥିବାର ଅନୁମାନ କରିହେଉଛି। ରାସ୍ତା ନିର୍ମାଣରେ ବଡ଼ ଚଞ୍ଚକତାର ଅଭିଯୋଗ ହୋଉଥିବା ବେଳେ ଏ ଦିଗରେ କାହାରି ଯେମିତି ନିଘା ନାହିଁ। ଆରଡି ବିଭାଗର ଉଦାସୀନତାକୁ ଦେଖିଲେ ଏହି କାମରେ ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ ଭାଗବଣ୍ଟା ହୋଇଥିବାର ଅଭିଯୋଗ କରୁଛନ୍ତି ସାଧାରଣ ଲୋକେ । ଏହି କାମର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି। ବିଜେଡି ଶାସନ କାଳରେ ନିର୍ମାଣ ହୋଇଥିବା ଏହି ରାସ୍ତା ହିଁ ବଖାଣୁଛି ରାଜ୍ୟରେ ଏହି ଦଳର 24 ବର୍ଷ ଶାସନର କଳା ଇତିହାସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
patching-is-going-on-to-hide-the-corruption-on-the-roads | Argus News