Doctor Attacked / ଡାକ୍ତରଙ୍କ ହାତ ଭାଙ୍ଗିଦେଲେ ରୋଗୀଙ୍କ ସମ୍ପର୍କୀୟ !

Key Points
କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି ଜୁନିୟର ଡାକ୍ତର ଆସୋସିଏସନ ।
ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ଼ ଘଟଣା । କଳା ବ୍ୟାଜ୍ ପିନ୍ଧି ଓପିଡିରେ ରୋଗୀ ସେବା ଯୋଗାଇ ଦେଉଛନ୍ତି ଜୁନିଅର୍ ଡାକ୍ତର । ପିଜିଆଇଏମଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲ ଜୁନିୟର ଡାକ୍ତର ଆସୋସେସନ ପକ୍ଷରୁ କଡ଼ା ଚେତାବନୀ । ସରକାର ଡାକ୍ତର ମାନଙ୍କୁ ତୁରନ୍ତ ସୁରକ୍ଷା ଦିଅନ୍ତୁ, ନହେଲେ ଓପିଡି ସେବା ବନ୍ଦ୍ କରିବ ସଙ୍ଘ । ଘାଟଣାକୁ ନେଇ ସୁପରିଟେଣ୍ଡଣ୍ଟଙ୍କୁ ଭେଟିବ ଡାକ୍ତରୀ ସଂଘ । ଜେନେରାଲ ବଡି ମିଟିଂରେ ରୋଗୀ ସେବା ନେଇ ସଙ୍ଘ ଆଲୋଚନା କରିବ । କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି ଜୁନିୟର ଡାକ୍ତର ଆସୋସିଏସନ ।
ପୂରା କାହାଣୀଟି ହେଲା, ହାତ ଭାଙ୍ଗିଯାଇଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନା ଆସିଥିଲେ। ମାତ୍ର ଓପିଡି ସମୟ ସରିଯାଇଥିବାରୁ ଡାକ୍ତର ଚିକିତ୍ସା ନକରି ରୋଗୀଙ୍କୁ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ହାତ ଭାଙ୍ଗିଥିବାରୁ ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତେଣୁ ସମ୍ପର୍କୀୟମାନେ ବହୁ କାକୁତିମିନତି କରି ଡାକ୍ତରଙ୍କୁ ଚିକିତ୍ସା କରିବାକୁ କହିଥିଲେ। କିନ୍ତୁ ଡାକ୍ତର ଶୁଣିଲେ ନାହିଁ।
ଏତିକିରେ ରୋଗୀର ସମ୍ପର୍କୀୟଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ହେଲ୍ମେଟ୍ରେ ପିଟି ଡାକ୍ତରଙ୍କ ହାତ ଭାଙ୍ଗିଦେଲେ। ଏତିକିବେଳେ ଡାକ୍ତରଙ୍କୁ ରକ୍ଷା କରିବାକୁ ଡ୍ରେସର୍ ଧାଇଁ ଆସିଥିଲେ। ଉତ୍ତ୍ୟକ୍ତ ବ୍ୟକ୍ତି ଜଣକ ତାଙ୍କୁ ମଧ୍ୟ ହେଲ୍ମେଟ୍ରେ ଆକ୍ରମଣ କରିବା ଫଳରେ ଡ୍ରେସର୍ଙ୍କ ଥୋମଣା ଫାଟିଯାଇଥିଲା। ଶୁକ୍ରବାର ଅପରାହ୍ଣରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଏହି ଅଭାବନୀୟ ଘଟଣା ଘଟିଛି। କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତ ରୋଗୀଙ୍କ ସମ୍ପର୍କୀୟ ନିମାପଡ଼ା ଅଞ୍ଚଳର ବିନ୍ଦୁସାଗର ରାଉତକୁ ଗିରଫ କରିଛି। ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ମାଡ଼ ଖାଇଥିବା ଡାକ୍ତର ହେଉଛନ୍ତି ଜନ୍ମେଜୟ ମିଶ୍ର । ବିନ୍ଦୁସାଗରର ଉନ୍ମତ୍ତକାଣ୍ଡ ଦେଖି ସୁରକ୍ଷାକର୍ମୀମାନେ ଧାଇଁଆସି ତାକୁ କାବୁ କରି କ୍ୟାପିଟାଲ ଥାନା ପୋଲିସ ଜିମା ଦେଇଥିଲେ। ଏହି ଗଣ୍ଡଗୋଳ ଭିତରେ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସମେତ ଅନ୍ୟ ଜଣେ ଆକ୍ରମଣକାରୀ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।
📱 Get Argus News App
✨Related Topics
Explore more stories