ପାଟଣାଗଡ଼ ୨୦୨୦ ଗଣହତ୍ୟା ମାମଲା, ୫ ବର୍ଷ ପରେ ଧରାପଡ଼ିଲା ଜହ୍ଲାଦ

ପାଟଣାଗଡ଼ ବହୁ ଚର୍ଚ୍ଚିତ ୨୦୨୦ ଗଣହତ୍ୟା ମାମଲା । ୫ ବର୍ଷ ପରେ ଧରାପଡ଼ିଲେ ୬ ଜଣଙ୍କୁ ମାରି ଫେରାର୍ ଥିବା ଜହ୍ଲାଦ । ୨ ବାପା ଓ ପୁଅ ଗାଙ୍ଗୁଆ ମାଝି, ଦେବରାଜ ମାଝିକୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡାରେ ପାରିବାର ମଧ୍ୟରେ ଥିବା ବିବାଦରୁ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ବୁଲୁ ଜାନୀ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଜାନୀଙ୍କ ସହ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କୁ ମିଶାଇ ୬ ଜଣଙ୍କ ମର୍ଡର ଚର୍ଚ୍ଚାର ବିଷୟ ପାଲଟିଥିଲା । ମୃତକ ବୁଲୁ ଜାନୀଙ୍କ ପରିବାର ସହ ମୁଖ୍ୟ ଅଭିଯୁକ୍ତ ବାବୁଲାଲ ଜାନୀ, ଗଣ୍ଡ ପରିବାର ଏବଂ ଗଙ୍ଗ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଚାଲି ଆସିଥିବା ଗଣ୍ଡଗୋଳ ହତ୍ୟାକାଣ୍ଡର ମୁଖ୍ୟ କାରଣ ଥିଲା ।
ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବାବୁଲାଲ ଜାନୀଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୨ ଜଣ ଫେରାର ଥିଲେ । ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ ନେତୃତ୍ବରେ ଏକ ଟିମ୍ ନୂଆପଡା ଜିଲ୍ଲା ନିଲଜି ଗାଁକୁ ଯାଇ ବାପା ଓ ପୁଅଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ ଡି ପି ଓ ସଦାନନ୍ଦ ପୂଝାରୀ ।