Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Patnagarh Parcel Bomb Verdict;ପୁଞ୍ଚିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ, 50 ହଜାର ଜୋରିମାନା

Smruti Parija
Browse all articles by Smruti Parija
·1 year ago·1 min read
Patnagarh Parcel Bomb Verdict;ପୁଞ୍ଚିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ, 50 ହଜାର ଜୋରିମାନା

Key Points

ପାଟଣାଗଡ଼ 'ପାର୍ସଲ୍ ବୋମା' ଘଟଣାର ଆସିଲା ରାୟ

ବହୁ ଚର୍ଚ୍ଚିତ ପାଟଣାଗଡ଼ 'ପାର୍ସଲ୍ ବୋମା' ଘଟଣାର ଆସିଲା ରାୟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ । ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି ରାୟ ଶୁଣାଇଛନ୍ତି କୋର୍ଟ ।


୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବୃତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ପୁଞ୍ଜିଲାଲ ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ତେବେ କୋଟରେ ଉଭୟ ପକ୍ଷଙ୍କ ଯୁକ୍ତି ସରିଥିବାବେଳେ ଆଜି ଆସିଛି ରାୟ ।

Sponsored
patnagarh-parcel-bomb-verdict-punchilal-meher-sentenced-to-life-imprisonment | Argus News