Pattamundai Case: ପୁଣି ଜଣେ ଛାତ୍ରୀ ନିଜକୁ କିରୋସିନ ଢ଼ାଳି ଜାଳିଦେଲେ

Key Points
ଥାନାରେ ବାରମ୍ବାର ଅଭିଯୋଗ ମଧ୍ୟ ମୁଁ କରିଛି ।
କୌଣସି ଥାନା ବାଲା ଆମ ଅଭିଯୋଗକୁ ଗୁରୁତ୍ୱ ଦେଲେ ନାହିଁ ।
କେହି କିଛି ପଦକ୍ଷେପ ନେଲେନି । ତେଣୁ ମୋ ଝିଅ ନିଜକୁ ଜାଳିଦେଲା'।
କେନ୍ଦ୍ରାପଡ଼ା ବଡପଡା ପଞ୍ଚାୟତ କାଠିଆପଡା ଗାଁରେ ଅଭାବନୀୟ ଘଟଣା । ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇଦେଲେ ଯୁବତୀ । ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଛାତ୍ରୀଙ୍କ ବାପା କହିଛନ୍ତି, 'ମୋ ଝିଅ ସହ ସେ ପିଲାର ବ୍ରେକଅପ୍ ହୋଇଥିଲା । ବ୍ରେକଅପ୍ ପରେ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଛାଡ଼ୁଥିଲା ପ୍ରେମିକ । ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା । ଥାନାରେ ବାରମ୍ବାର ଅଭିଯୋଗ ମଧ୍ୟ ମୁଁ କରିଛି । କୌଣସି ଥାନା ବାଲା ଆମ ଅଭିଯୋଗକୁ ଗୁରୁତ୍ୱ ଦେଲେ ନାହିଁ । କେହି କିଛି ପଦକ୍ଷେପ ନେଲେନି । ତେଣୁ ମୋ ଝିଅ ନିଜକୁ ଜାଳିଦେଲା'।
📱 Get Argus News App
✨କୋହଭରା କଣ୍ଠରେ ଏଭଳି କହିଛନ୍ତି ଛାତ୍ରୀଙ୍କ ବାପା । ଯାହାକି ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ମହଲରୁ ପୋଲିସକୁ ନିନ୍ଦା କରାଯାଇଛି । କାହିଁକି ପୋଲିସ ଏଭଳି ଅଭିଯୋଗକୁ ହାଲୁକା ଭାବେ ନେଲା ସେନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ଉଠିଛି ।
ଛାତ୍ରୀ ଜଳିଯିବା ଘଟଣା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ତୁରନ୍ତ ହସ୍ତକ୍ଷେପ କରିଛନ୍ତି। ସେ କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମହତ୍ୟା କଲେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବେ ଓ କେଉଁ ଥାନାରେ ଅଭିଯୋଗ କରିଥିଲେ, ତାହା ମଧ୍ୟ ଯାଞ୍ଚ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତମାସ ୧୨ ତାରିଖରେ ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୁଲାଇ ୧୪ ରାତିରେ ମୃତ୍ୟୁ ଘଟିଥିଲା। ବଳାଙ୍ଗା ପୀଡ଼ିତାଙ୍କୁ ଦେହରେ ଜଳୀନୟ ଜିନିଷ ଲଗାଇ ଦିଆଯାଇଥିଲା। ଏହା ଗତମାସ ୧୯ ତାରିଖରେ ଘଟିଥିଲା। ଗତ ୨ ତାରିଖ ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏମ୍ସ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା।