ପୂର୍ବ ସରକାରଙ୍କ ପକ୍କାଘର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ଅଟକି ରହିଗଲା

ଅର୍ଗସ ବ୍ୟୁରୋ: ପୀଢି ପରେ ପୀଢି । ସରୁନି କଷ୍ଟ । ନା ବଦଳୁଛି ବଞ୍ଚିବାର ରାହା । ନା ବଦଳୁଛି ରହିବାର ସାହାରା । ସତେ ଯେମିତି ୟେ ଜୀବନ ଏଇ ଆଦିବାସୀଙ୍କ ନାଁରେ ସବୁଦିନ ପାଇଁ ଲେଖା ହୋଇଯାଇଛି । ଆମେ କହୁଛୁ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଲୋବା ପଞ୍ଚାୟତର ଜାଲ୍ଲୋ ଗାଁର 200 ଆଦିବାସୀ ପରିବାରର କଥା । ଘଞ୍ଚ ଜଙ୍ଗଲ ଘେରି ରହିଥିବା ଏହି ଗାଁରେ ପଶୁ ପଶୁ ଖାଲି ଝାଟିମାଟି ଘର ଦେଖିବାକୁ ମିଳିଥିଲା । ଆଖି ଯେଉଁଆଡେ ପହଞ୍ଚିଲା ସମାନ ଦୃଶ୍ୟ ଆଉ ସ୍ଥିତି । ଏଇ ବୃଦ୍ଧା ମହିଳା ଦୁଇ ଜଣ ବସି ଦିନ ଦ୍ବିପ୍ରହରରେ ପଥର ଭାଙ୍ଗି ଚିପ୍ସ ତିଆରି କରୁଛନ୍ତି । ଯାହାକୁ ସେମାନଙ୍କୁ ଦୁଇ ମୁଠା ଦାନା ଯୋଗାଇବ । କେମିତି ବଞ୍ଚୁଛନ୍ତି, ଘରର ଅବସ୍ଥା ନକହିଲେ ଭଲ । ଚାଳ ଛପର ଘର ସାଙ୍ଗକୁ ମାଟି ଲେପା କାନ୍ଥ । ଗାଁରେ ନାହିଁ ପକ୍କା ଘର । କିଏ ଝାଟିମାଟି ଘରେ ତ କିଏ ପଲିଥିନ ଟାଣି ଓ ଆଉ କିଛି ପରିବାର ଟିଣ ଛପର ତଳେ ନେଇଛନ୍ତି ଆଶ୍ରୟ ।
ପୂର୍ବ ବିଜେଡି ସରକାର ସମୟରେ ଘର ଖଣ୍ଡେ ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଗୁହାରି ପରେ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ବ୍ଲକ ଓ ପଞ୍ଚାୟତସ୍ତରରେ ସର୍ଭେ କରାଯାଇଥିଲା। ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିଗଲା ।
24 ବର୍ଷର ବିଜେଡି ସରକାର ଅମଳରୁ ଜର୍ଜରିତ ହୋଇ ଆସୁଥିବା ଏହି ଗରିବ ଆଦିବାସୀ ପରିବାରଙ୍କ ପାଇଁ କଣ ପଦକ୍ଷେପ ନେଉଛି ବିଜେପି ସରକାର, ତାକୁ ଅପେକ୍ଷା ।
📱 Get Argus News App
✨