Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ଜନ୍ମାଷ୍ଟମୀ: କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

Rashmita Mishra
Browse all articles by Rashmita Mishra
·11 months ago·2 min read
ପବିତ୍ର ଜନ୍ମାଷ୍ଟମୀ: କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

Key Points

ଆଜି ପବିତ୍ର ଜନ୍ମାଷ୍ଟମୀ ।

ଏହି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ।

କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ

ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଏହି ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ପୂଜା ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ସୁଦୁସୁଆର ସେବକ ଭଣ୍ଡାର ଦ୍ୱାର ଆଗରେ ପୋଛା ମାରନ୍ତି । ପରେ ପୂଜାପଣ୍ଡା ସେବକ ପାଞ୍ଚ ବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ କାଟିବେ । ପୂଜାପଣ୍ଡା ବସ୍ତ୍ରରେ ଗୃହ ନିର୍ମାଣ କରିବେ ଦ୍ୱାରଦେଶରେ ଦୁଇଜଣ ଦ୍ଵାରପାଳ ମୂଷଳାୟୁଧ ଧାରଣ କରି ଦଣ୍ଡାୟମାନ ଚିତ୍ର କରାଯାଏ । ପୁନଃ ଷଷ୍ଠୀ ଦେବୀ ସେଠାରେ ଅବସ୍ଥାନ କରନ୍ତି । ମଣ୍ଡଳ ନିକଟରେ ଶାଳ କିମ୍ବା ଶ୍ରୀପର୍ଣ୍ଣ କାଠରେ ଗୋଟିଏ ଭଦ୍ର ପୀଠାସନ ରଖାଯାଏ ।

ସେହି ଆସନ ଉପରେ ଚିତ୍ରପଟ ରଖାଯାଇ ଚିତ୍ରପଟରେ ଗୋଟିଏ ପଦ୍ମ ଅଙ୍କାଯାଇଥାଏ । ଏହାପରେ ଗମ୍ଭୀରା ସମ୍ମୁଖ ଅଞ୍ଚଳରେ ପାଣି ପଡି ଧୁଆ ହୋଇଥାଏ । ସୁଦୁସୁଆର ମଣ୍ଡଳ ପାଖରେ ପୂଜା କରାଯାଇଥାଏ । ପୂଜାପଣ୍ଡା,ପତି ମହାପାତ୍ର ଓ ମୁଦିରସ୍ତ ସେବକ ଜନ୍ମ ଚକଡାରେ ବସି ସଂକଳ୍ପ ବାକ୍ଯ କରି କଳସରେ ବରୁଣପୂଜା କରିଥାନ୍ତି । ଏଭଳି ବିଭନ୍ନ ନୀତିକାନ୍ତି ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ଶୀତଳ ଭୋଗ ମଣୋହୀ କରିଥାନ୍ତି|ଶଷରେ ଉଗ୍ରସେନଙ୍କ ଦଣ୍ଡପ୍ରଣାମ ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ।

ଏହାପରେ ନାଭିକଟା ମଣ୍ଡପଠାରେ ମଦନମୋହନ ଓ ରାମକୃଷ୍ଣ ଖଟଶେଯ ଉପରେ ବିଜେ କରାଯାଏ । ଏହାପରେ ମହାଜନ ସେବକ ଠାକୁରଙ୍କୁ ଜଗମୋହନରେ ଲଗାଯାଇଥିବା ଦୋଳିରେ ବିଜେ କରନ୍ତି । ମଦନମୋହନ ରାମକୃଷ୍ଣ ଦୋଳିରେ ବିଜେ କରିବା ପରେ ଶୀତଳ ଭୋଗ ସମ୍ପନ୍ନ ହେବ । ଏହାପରେ ଭିତରେ ପାଣିପଡ଼ି ବଡ଼ସିଂହାର ଭୋଗ ଓ ପହୁଡ଼ ନୀତି ସମ୍ପନ୍ନ ହେବ ।


ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pavitra Janmashtami: Lord Krishna’s Birth on Krishna Paksha Ashtami | Argus News