Videos
|
Odisha

Devotees / ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

Key Points

ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ
ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ 
ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ। ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଏମିତି ଡାକରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ। ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇ ବଡ଼ବଡୁଆ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ । ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ ।

ଆଜି ଶ୍ରୀମନ୍ଦିର ନିକଟ ଏମାରମଠ ଚକଡାରେ ପ୍ରଶାସନ ତରଫରୁ ହୋଇଥିବା ଚାରୋଟି ସ୍ଥାନରେ କାଉଁରିଆ କାଠି ଜାଲିଛନ୍ତି ଶ୍ରଦ୍ଧାଳୁ। ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର। ସେପଟେ ଭକ୍ତଙ୍କ ସୁରକ୍ଷା,, ଶୃଙ୍ଖଳିତ ଭାବେ ବଡବଡିଆ ଡାକିବା ପାଇଁ ପୋଲିସ ପକ୍ଷରୁ ପ୍ରାୟ 28 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସରକାର ଦୀପାବଳି ପାଳନ ପାଇଁ ଦୁଇଦିନ ଛୁଟି ଘୋଷଣା କରିଥିବା ବେଳେ ଆଜି ଏବଂ ଆସନ୍ତାକାଲି ମଧ୍ୟ ଭକ୍ତମାନଙ୍କ କାଉଡିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂହ। ଅନ୍ୟପଟେ ଭୋର 4ଟାରୁ ରାତି 10 ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବା ସହ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ କରାଯାଇଛି।

କାହିଁକି ପାଳନ ହୁଏ ଦୀପାବଳି ?

ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଖୁସିର ମାହୋଲ। ଟୁଇନ ସିଟିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଅର୍ଥାତ୍ ରାତି ୭ଟାରୁ ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛି ପ୍ରଶାସନ। ଆଜି ହେଉଛି କାର୍ତିକ ମାସ ଅମାବାସ୍ୟା ତିଥି । ହିନ୍ଦୁ ପରମ୍ପରାରେ ଏନେଇ ରହିଛି ଅନେକ ବିଶେଷ ବିଧି । ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ପରମ୍ପରା ଅଯୋଧ୍ୟାରୁ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଯେତେବେଳେ ଭଗବାନ ରାମ 14 ବର୍ଷର ବନବାସ ପରେ ଅଯୋଧ୍ୟା ଫେରି ଆସୁଥିଲେ, ସେତେବେଳେ ଅଯୋଧ୍ୟାର ନାଗରିକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜାଳିଥିଲେ। ଏହି ପରମ୍ପରା ସେବେଠାରୁ ପାଳନ ହୋଇଆସୁଛି, ଏବଂ ଅଯୋଧ୍ୟାରେ, ଏହା ଆହୁରି ଉତ୍ସାହ ଏବଂ ଉଲ୍ଲାଶର ସହିତ ସହିତ ପାଳନ କରାଯାଏ। ଆସନ୍ତୁ ଏବେ ଜାଣିବା ଦୀପାବଳିରେ କେତେ ଦୀପ ଜଳାଇବା ଉଚିତ ଏବଂ କେଉଁ ସମୟରେ ଜଳାଇବା ଉଚିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Devotees | Paya Shraddha at Srikshetra: Devotees Gather for Badabadua Dak | Argus News | Argus News