ଶିଶୁ ଡାକ୍ତର ହତ୍ୟା ଘଟଣା, ୧୧ ବର୍ଷ ପରେ ରାୟ ପ୍ରକାଶ

Key Points
ଶିଶୁ ଡାକ୍ତର ହତ୍ୟା ଘଟଣାର ପ୍ରକାଶ ପାଇଲା ରାୟ
ଦୀର୍ଘ ୧୧ ବର୍ଷ ପରେ ମାମଲାର ରାୟ ଶୁଣାଇଲେ ସୁବର୍ଣ୍ଣପୁର ଏଡ଼ିଯେ
୨୦୧୪ ଦୁର୍ବାଦଳ ମିଶ୍ରଙ୍କୁ ହତ୍ୟା କରିଥିଲେ ଦୃର୍ବୁତ୍ତ
ବହୁ ଚର୍ଚ୍ଚିତ ଶିଶୁ ଡାକ୍ତର ହତ୍ୟା ଘଟଣାର ପ୍ରକାଶ ପାଇଲା ରାୟ । ଦୀର୍ଘ ୧୧ ବର୍ଷ ପରେ ମାମଲାର ରାୟ ଶୁଣାଇଲେ ସୁବର୍ଣ୍ଣପୁର ଏଡ଼ିଯେ । ୨୧ ନଭେମ୍ବର ୨୦୧୪ ମସିହା ସନ୍ଧ୍ୟା ସମୟରେ ଶିଶୁରୋଗ ବିଶେଷଜ୍ଞ ତଥା ଏଡ଼ିଏମୋ ଦୁର୍ବାଦଳ ମିଶ୍ରଙ୍କୁ ପେଲେସ ଗାର୍ଡେନ ସ୍ଥିତ ତାଙ୍କ ଘର ଆଗରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୃର୍ବୁତ୍ତ । ଏହି ଘଟଣାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାର ଚୁଡାନ୍ତ ଶୁଣାଣିର ଆଜି ରାୟ ପ୍ରକାଶ ପାଇଥିବାବେଳେ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏହାସହ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ଅଭିଯୁକ୍ତ ଦ୍ବୟ ହେଲେ ପ୍ରତ୍ୟୁଷ ପଣ୍ଡା (ବବୁଲୁ) ଓ ଅଶୋକ ସାହୁ । ଏହି ଚର୍ଚ୍ଚିତ ଘଟଣାର ସରକାରୀ ଓକିଲ ଭାବେ ଦଶରଥ ମାହାଣା ପରିଚାଳନା କରିଥିବାବେଳେ ଅଭିଯୁକ୍ତଙ୍କ ଓକିଲ ଭାବେ ରାଜେନ୍ଦ୍ର ଅଗ୍ରୱାଲ କେସ ପରିଚାଳନା କରିଥିଲେ । ତେବେ ରାୟକୁ ଆମେ ଉପର କୋର୍ଟରେ ଅପିଲ କରିବୁ ବୋଲି ଅଭିଯୁକ୍ତଙ୍କ ଓକିଲ କହିଥିବାବେଳେ ଅପରପକ୍ଷରେ ସରକାରୀ ଓକିଲ ପ୍ରତିକ୍ରିୟା ପାଇଁ ମନା କରିଛନ୍ତି । ଅଭିଯୁକ୍ତଙ୍କ ଫାଇଲ ଭିଜୁଆଲ ସହ ଘଟଣାର ଭିଜୁଆଲ ଓ ମୃତ ଡାକ୍ତରଙ୍କ ଫଟୋ ଅଛି ।