Peetabas Panda Murder / ପୀତବାସ ପଣ୍ଡା ହତ୍ୟା ମାମଲା: ପୁଣି ଜେଲ୍ ଗଲେ ମଳୟ, ମଦନ
·10 months ago·2 min read

Key Points
ପୁଣି ଜେଲ୍ ଗଲେ ମଳୟ, ମଦନ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
ଆଜି ରିମାଣ୍ଡର ଶେଷ ଦିନ
ରିମାଣ୍ଡ ଅବଧି ପୂର୍ବରୁ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କୁ ହାଜତକୁ ପଠାଇଲା ପୋଲିସ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
ଆଜି ରିମାଣ୍ଡର ଶେଷ ଦିନ
ରିମାଣ୍ଡ ଅବଧି ପୂର୍ବରୁ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କୁ ହାଜତକୁ ପଠାଇଲା ପୋଲିସ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଆଜି ରିମାଣ୍ଡର ଶେଷ ଦିନ। ରିମାଣ୍ଡ ଅବଧି ପୂର୍ବରୁ କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡ଼ି ନେତା ମଦନ ଦଳେଇଙ୍କୁ ହାଜତକୁ ପଠାଇଲା ପୋଲିସ। ଗତକାଲି ଜଣେ ଆଇନଜୀବୀଙ୍କ ସହ ଦୁଇଜଣଙ୍କୁ ମୁହାଁମୁହିଁ ହୋଇଥିଲା ଜେରା। ଆଜି ଆଉ ୪ ଜଣଙ୍କୁ ଏସଡ଼ିଜେଏମ୍ କୋର୍ଟରେ ହାଜର କରିବ ପୋଲିସ । ୬ ଜଣଙ୍କୁ ପୋଲିସ ରିମାଣ୍ଡରେ ଆଣିଥିବା ବେଳେ ଏଥିରେ ରହିଥିଲେ ମଳୟ ଓ ମଦନ । ଆଉ ୪ ଜଣ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ଉମା ବିଷୋୟୀଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । ଗତକାଲି କୁରୁପତି ଏବଂ ଚିଣ୍ଟୁକୁ ନେଇ ପୋଲିସ ସିନରିକ୍ରିଏସନ କରିଥିଲା । ସିନ୍ରିକ୍ରିଏସନରେ କେମିତି ପୀତବାସଙ୍କୁ ଗୁଳି ମାରିଥିଲା ସବୁ ସତ ମାନିଥିଲା କୁରୁପତି ।
ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ମାସେ । ଗୁଳିକାଣ୍ଡ ସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ପୋଲିସକୁ ଦେଖାଇଛନ୍ତି । ଏବେ ପୋଲିସ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କ ସହ ୬ ଜଣଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି । ଆଜି ହେଉଛି ରିମାଣ୍ଡର ଶେଷ ଦିନ। ରିମାଣ୍ଡ ବେଳେ ପୋଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ସେପଟେ ପୀତବାସଙ୍କୁ ହତ୍ୟା ଘଟଣାରେ ବୈଦ୍ୟନାଥପୁର ଥାନାରେ ଜଣେ ଆଇନଜୀବୀଙ୍କୁ ପୋଲିସ ପଚରାଉଚରା କରୁଥିବା ମଧ୍ୟ ସୂଚନା ମିଳିଛି ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଏବେ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି କର୍ପୋରେଟର ମଳୟ ବିଷୋୟୀ ପ୍ରମୁଖ ଅଛନ୍ତି ।କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
ଏଥିସହ ପଢ଼ନ୍ତୁ: ଡେମୋ ଦେଖାଇବା ବେଳେ ଦୌଡ଼ିଲା ପୀତବାସଙ୍କୁ ଗୁଳି କରିଥିବା କୁରୁପତି ଭୂୟାଁ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଧବାର କ୍ରାଇମ ସିନ୍ ରିକ୍ରିଏସନ୍ ବେଳେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୋଟି ଗୋଟି କରି ସବୁକିଛି ପୋଲିସକୁ ଦେଖାଇଛନ୍ତି । ଦୁହେଁ ବାଇକ୍ରେ କେଉଁ ରାସ୍ତା ଦେଇ ଆସିଥିଲେ, କେଉଁଠି ପୀତବାସଙ୍କୁ ଅଟକାଇଲେ, ଆଉ କିଭଳି ଗୁଳି କଲେ ସବୁ କିଛି ଦେଖାଇଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପୋଲିସ କ୍ରାଇମ୍ ସିନ୍ ରିକ୍ରିସନ୍ କରିଛି । କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କୁ ନମସ୍କାର କରିଥିଲେ ଉଭୟ କିଏ ବୋଲି ପୀତବାସ ପ୍ରଶ୍ନ କରିବା ମାତ୍ରେ ଗୁଳି କରିଥିଲେ କୁରୁପତି । ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ । ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ଦେଇ ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ଥୋଇ ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ପଳାଇଥିଲେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories