Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା ଘଟଣା: ହତ୍ୟାକାରୀଙ୍କ TI ପରେଡ୍

Key Points
ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ହୋଇପାରେ TI ପରେଡ୍ ।
ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରେ ହେବ TI ପରେଡ୍ ।
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ହୋଇପାରେ TI ପରେଡ୍ । ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରେ ହେବ TI ପରେଡ୍ । ଏ ନେଇ ଆଇଓ SDJM କୋର୍ଟରେ ଆବେଦନ କରିଥିଲେ । କୋର୍ଟର ନିର୍ଦ୍ଦେଶ ପରେ ଆଜି ଜେଲ ପରିସରରେ ହୋଇପାରେ IT ପରେଡ୍ ।
ସୂଚନାନୁଯାୟୀ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କ ହେବ TI ପରେଡ୍ । ବ୍ରହ୍ମପୁର କାରାମଣ୍ଡଳରେ ଆଜି ହୋଇପାରେ TI ପରେଡ୍ । ହତ୍ୟା ମାମଲାରେ ମୋଟ୍ ୧୬ ଅଭିଯୁକ୍ତ ଗିରଫ ହୋଇ ଜେଲ୍ରେ ଅଛନ୍ତି । ସାର୍ପସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ବିହାର ରାଜ୍ୟର ଶିଶୁପାଳ ପାସୱାନ ଓ କୁନ୍ଦନ କୁମାର, ଷଡଯନ୍ତ୍ରକାରୀଙ୍କ ମୁଖ୍ୟ ସହଯୋଗୀ ଉମା ବିଷୋୟୀ, ଯୋଗୀ ରାଉତ, ସୀମାଞ୍ଚଳ ନାୟକ ଏବଂ ବିପିନ ସ୍ଵାଇଁ ।
ଏହି ଅଭିଯୁକ୍ତଙ୍କ TI ପରେଡ କରିବାକୁ ଅନୁମତି ଦେବାକୁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏସଡିଜେଏମ କୋର୍ଟକୁ ଅନୁମତି ମାଗିଥିଲେ । କୋର୍ଟ ପକ୍ଷରୁ ଅନୁମତି ମିଳିସାରିଥିବା ବେଳେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ ହେବ ବୋଲି କୁହାଯାଉଛି ।
ଏଥିସହ: ନୟାଗଡ଼ ବିଜେଡି ନେତା ଠକେଇ କେସ୍ରେ ଗିରଫ !
ସୂଚନା ଥାଉକି, ପୀତବାସ ହତ୍ୟା ମାମଲାରେ ବୈଦ୍ୟନାଥପୁର ଥାନା ପୋଲିସ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୧୬ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ରହିଛନ୍ତି ।
ଗତ କୁମାରପୂର୍ଣ୍ଣମୀ ରାତିରେ ପୀତବାସଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ଏମାନେ । ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ୨ ଜଣ ଦୁର୍ବୁତ୍ତ ବାଇକରେ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବ୍ରହ୍ମାନଗର ନିକଟରେ ଗୁଳିମାଡ଼ କରିଥିଲେ । ରାତି ପ୍ରାୟ ୧୦ଟାରେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପୀତବାସଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories