e challan / ଆଉ ବୋଝ ସାଜିବନି ବକେୟା ଇ-ଚାଲାଣ,ଇ-ଚାଲାଣ ଉପରେ ୫୦% ପର୍ଯ୍ୟନ୍ତ ଛାଡ
·3 months ago·2 min read

Key Points
ବକେୟା ଇ-ଚାଲାଣରୁ ମୁକ୍ତି
୫୦% ପର୍ଯ୍ୟନ୍ତ ଛାଡ଼ ଘୋଷଣା କଲେ ରାଜ୍ୟ ସରକାର
ଆଉ ବୋଝ ସାଜିବନି ବକେୟା ଇ-ଚାଲାଣ

ବକେୟା ଇ-ଚାଲାଣରୁ ମୁକ୍ତି । ୫୦% ପର୍ଯ୍ୟନ୍ତ ଛାଡ଼ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ପ୍ରଦାନ କରାଯିବ। ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ‘ୱାନ୍ ଟାଇମ୍ ସେଟେଲମେଣ୍ଟ’ ଯୋଜନା ପ୍ରଣୟନ କରିଛନ୍ତି। ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ । ଯଦି କୌଣସି ମାମଲା ପୂର୍ବରୁ କୋର୍ଟରେ ବିଚାରଧୀନ ଅଛି, ତେବେ ଜରିମାନା ଦେବା ପରେ ସେହି ପ୍ରସିକ୍ୟୁସନ ରିପୋର୍ଟକୁ ପ୍ରତ୍ୟାହାର କରି ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ଟ୍ରାଫିକ୍ ଚାଲାଣ କଟିଥିବା ଗାଡ଼ି ଚାଳକଙ୍କ ପାଇଁ ବଡ଼ ସୁଯୋଗ । ବାକି ଥିବା ଇ-ଚାଲାଣର ସମାଧାନ ପାଇଁ ସରକାର ଜାରି କଲେ 'ୱାନ୍ ଟାଇମ୍ ସେଟେଲମେଣ୍ଟ୍' ବା 'ଓଟିଏସ୍' ସ୍କିମ୍ । ଜାତୀୟ ଲୋକ ଅଦାଲତ-୨୦୨୬ରେ କମ୍ ଜରିମାନା ଦେଇ ଚାଲାଣ ସମସ୍ୟାର ସମାଧାନ କରିପାରିବେ ଗାଡ଼ି ଚାଳକ । ସମସ୍ତ ବାକିଥିବା ଚାଲାଣ ଉପରେ ଏହି ନୂଆ ନିୟମ ଓ କୋହଳ ଦର ଲାଗୁ ହେବ । ଯଦି କୌଣସି ଚାଲାଣ ମାମଲା କୋର୍ଟରେ ପେଣ୍ଡିଂ ଥାଏ, ଲୋକ ଅଦାଲତରେ ଅର୍ଥ ଦାଖଲ ପରେ ତାହା ପ୍ରତ୍ୟାହାର ହୋଇଯିବ । ଚାଲାଣ କଟିଥିବା ବ୍ୟକ୍ତି ଅନଲାଇନରେ ଇ-ଚାଲାଣ ପୋର୍ଟାଲ୍ କିମ୍ବା ଲୋକ ଅଦାଲତ ଶିବିରରେ ଟଙ୍କା ପୈଠ କରିପାରିବେ । ଉଭୟ ରାଜ୍ୟ ସରକାର ଓ ନାଲସା (NALSA)ର ନିର୍ଦ୍ଦେଶନାମା ଅନୁଯାୟୀ ଏହି ସେବା ଯୋଗାଇ ଦିଆଯିବ ।
ପୂରା ଦେଶରେ ୩୦ ଲକ୍ଷରୁ ଅଧିକ ଭେହିକଲ୍ ଚେକ୍ ରିପୋର୍ଟ ପେଣ୍ଡିଂ ରହିଛ । ଏଥିରେ ଓଡ଼ିଶାର ଅଛି ପ୍ରାୟ ସାତ ଲକ୍ଷ ମାମଲା । ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ମୋଟର ଭେହିକଲ୍ ଆଇନ ଉଲଂଘନ କରିଥିବା ଚାଳକମାନେ କମ୍ ଜରିମାନା ଦେଇ ନିଜର ପେଣ୍ଡିଂ ଚାଲାଣ ମାମଲାର ସମାଧାନ କରିପାରିବେ । କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଜାତୀୟ ଲୋକ ଅଦାଲତ ସହ ଏହି ବର୍ଷ ଆଉ ତିନୋଟି ଲୋକ ଅଦାଲତ ଆୟୋଜିତ ହେବ। ଟ୍ରାଫିକ୍ ନିୟମ ଉଲଂଘନ କରି କୋର୍ଟ କଚେରୀ ଦୌଡ଼ୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ସାଜିବ ବୋଲି ଆଶା କରାଯାଉଛି ।
ଏଥିସହ ପଢ଼ନ୍ତୁ: ଗାଡ଼ି ଚାଲାଣ ଫାଇନ୍ ଅଧା, ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories