Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭେଣ୍ଡିଆଙ୍କୁ ଭତ୍ତା ଦେଇ ପିଇଓ ନିଲମ୍ବିତ

Odisha

ଭେଣ୍ଡିଆଙ୍କୁ ଭତ୍ତା ଦେଇ ପିଇଓ ନିଲମ୍ବିତ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭେଣ୍ଡିଆଙ୍କୁ ଭତ୍ତା ଦେଇ ପିଇଓ ନିଲମ୍ବିତ

ଭେଣ୍ଡିଆଙ୍କୁ ଭତ୍ତା ଦେଇ ପିଇଓ ନିଲମ୍ବିତ ।  ପିଇଓ  ଥିଲେ  ବବିଙ୍କ ଗେହ୍ଲାପୁଅ ।ସେଇଥିପାଇଁ ତାଙ୍କୁ   ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ମିଳିଥିଲା ଅତିରିକ୍ତ ଦାୟିତ୍ବ
ପିଇଓ ଭତ୍ତା ଦେବାର ନିର୍ଣ୍ଣୟ ଥିଲା ନା ନିର୍ଦ୍ଦେଶ ପାଳନ କରିଥିଲେ ବବି ପ୍ରମିଳା ଆଣ୍ଡ କୋ ଙ୍କର । ପ୍ରମିଳାଙ୍କ ପ୍ରତିନିଧିଙ୍କ ନାଁରେ ବି ଭତ୍ତା ଟଙ୍କା ଆତ୍ମସାତର ସଙ୍ଗୀନ ଅଭିଯାଗ
ସରପଞ୍ଚ ନୁହେଁ ସରପଞ୍ଚଙ୍କ ସ୍ବାମୀଙ୍କ ଆକାଉଣ୍ଟକୁ ଯାଉଥିଲା ଲକ୍ଷ ଲକ୍ଷ  ସରକାରୀ ଟଙ୍କା ।

ବିଞ୍ଜାରପୁରରେ ଭତ୍ତା ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପିଇଓ ଧର୍ମେନ୍ଦ୍ର ସାହୁ.. ବବିଙ୍କ ଖାସ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ମିଳିଥିଲା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବା.. 894 ଭେଣ୍ଡିଆଙ୍କ ତାଲିକା ପ୍ରସ୍ତୁତ କରି ବୟସ୍କଙ୍କ ବଦଳରେ ଏମାନଙ୍କୁ ଦେଉଥିଲା ଭତ୍ତା..  ବର୍ଷକରେ 90 ଲକ୍ଷ 9 ହଜାର ଟଙ୍କା  ଭେଣ୍ଡିଆଙ୍କୁ ବାଣ୍ଟି ଦେଇଛି ଏ କରିତକର୍ମା ବାବୁ.. ପ୍ରଶ୍ନ କାହା ନିର୍ଦ୍ଦେଶରେ ବାବୁ ଏମିତି ଦୁର୍ନିତି କରିବାକୁ ସାହସ କଲେ.. ଭେଣ୍ଡିଆଙ୍କ ସଂଖ୍ୟା କେବଳ 894ରେ ସୀମିତ ନା ଆହୁରି ଅଧିକ ଲୋକ ପାଇଛନ୍ତି ମଧୁବାବୁ ପେନସନ ଯୋଜନାର ଅଯାଚିତ ଲାଭ । ବିଜେପିର ଦାବି ତଦନ୍ତ ହେଲେ  ଏ ସଂଖ୍ୟା ବଢିବେ.. ତେବେ  ଏ ଦୁର୍ନିତି ପଛରେ  ବଂଝାରପୁର ବିଧାୟିକାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି .. ପ୍ରମିଳା ଛତ୍ରଛାୟାରେ ବିଞ୍ଜାରପୁରରେ ଆବାସ, ଭତ୍ତା ମନେରେଗା, ବାଲି ସବୁଥିଲେ ଦୁ୍ର୍ନୀତି ଚାଲିଛି ବୋଲି   ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ଓ ବିଜେପି ନେତ୍ରୀ
ବବିତା ମଲ୍ଲିକ, ବିଜେପି ନେତ୍ରୀ ଗତକାଲି ଆସିଥିଲା

 ପ୍ରମିଳାଙ୍କ ପ୍ରତିନିଧି  ତଥା  ନନ୍ଦିପୂରର ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ ମହାନ୍ତିଙ୍କ ନାଁରେ ବି ଆସିଛି ସଂଙ୍ଗୀନ ଅଭିଯୋଗ... ପ୍ରମୋଦ ସରକାରୀ ଖାତାରୁ  ନିଜ ଆକାଉଣ୍ଟକୁ  ୧୧ ଲକ୍ଷ ୭୩ ହଜାର ୫୭୬ ଟଙ୍କା  ଟ୍ରାନସଫର କରିବା କଥା ଅଡିଟରେ ଧରାପିଡିବା ପରେ  ବି ଆକ୍ସନ ଶୁନ...ସେତେବେଳେ ପ୍ରମିଳା ମଲ୍ଲିକ ରାଜସ୍ବ ମନ୍ତ୍ରୀ ଥିବାରୁ ପ୍ରମୋଦକୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ... ଶଙ୍ଖକୁ ନିଜ ଗର୍ବ ଓ  ପ୍ରମିଳଙ୍କୁ ନିଜ ପରିଚୟ ବୋଲି ପୋଷ୍ଟର ବନାଇଥିବା ପ୍ରମୋଦ ହେଉଛନ୍ତି ନନ୍ଦିପୁର  ସରପଞ୍ଚଙ୍କ ସ୍ବାମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଞ୍ଜାରପୁରରେ  ଭତ୍ତା କେଳେଙ୍କାରୀରେ ସଂପୃକ୍ତ ପିଇଓ ପୂର୍ବରୁ ଯାଜପୁରରେ ବି ଭତ୍ତା ଦୁର୍ନୀତି ଅଭିଯୋଗରେ ସସପେଣ୍ଡ  ହୋଇଥିଲେ.. ଏବେ ପ୍ରଶ୍ନ ଯୋଗ୍ୟ ଲୋକଙ୍କୁ ନ ଦେଇ ଅଯୋଗ୍ୟଙ୍କୁ ଭତ୍ତା ଦେବାଠୁ ଆରମ୍ଭ କରି ଆବାସ ଦୁର୍ନୀତି  କରିଥିବା ନିଜ ପ୍ରତିନିଧିଙ୍କ ବିରୋଧରେ ମୁହଁ ଖୋଲିବେ କି ବିଞ୍ଜାରପୁର ବିଧାୟିକା ପ୍ରମିଳା ମଲ୍ଲିକ... ବିଜେଡିର କୁହାଳିଆ ନେତ୍ରୀ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୋଟ ନ ଦେଲେ ଯୋଜନା କାଟି ଦେବେ ବୋଲି ଦେଉଥିଲେ ସିଧା ଧମକ.. ଏବେ ତାଙ୍କ ଦୁର୍ନୀତି ଖୋର ପ୍ରଶୟ ଦେବାର ସଂଙ୍ଗୀନ ଅଭିଯୋଗ ପ୍ରମିଳାଙ୍କ ନାଁରେ । ପିଇଓଙ୍କୁ ନିଲମ୍ବନ ପରେ ଏବେ ଅପେକ୍ଷା କେବେ ହେବେ ଗିରଫ.. ଆଉ ପ୍ରମିଳାଙ୍କ ପ୍ରତିନିଧି ପ୍ରମୋଦଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ବି କେବେ ଆକ୍ସନ ନେଉଛି ଜିଲ୍ଲାପ୍ରଶାସନ ।

 

Sponsored
peo-suspended-for-giving-allowance-to-vendia | Argus News