Videos
|
Odisha

ପିଇବା ପାଣି ଟୋପାଏ ପାଇଁ ଲୋକେ କଲବଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପିଇବା ପାଣି ଟୋପାଏ ପାଇଁ ଲୋକେ କଲବଲ

ଗାଁ ଦାଣ୍ଡରେ ମହିଳାଙ୍କ ଲମ୍ବାଲାଇନ । ଟ୍ରେନ ଲାଇନ ରେ ଡବା ଚାଲିବା ଭଳି ଜଣେ ପରେ ଜଣେ ମାଡି ଚାଲିଛନ୍ତି। ମାଡି ଚାଲିଛନ୍ତି ପାଣି ଯୋଗାଡ ପାଇଁ । କାରଣ ଗାଁରେ ମିଳୁନି ପିଇବା ପାଣି। ସେଥିପାଇଁ ଗାଁ ଶେଷରେ ଥିବା ପାଇପ ପାଖକୁ ଯାଇ ପାଣି ସଂଗ୍ରହ କରିବାକୁ ଯାଉଛନ୍ତି ମହିଳା। ମାତ୍ର ଏଥି ପାଇଁ ବି ଲମ୍ବା ଲାଇନ ଲାଗିବାକୁ ପଡୁଛି। ଏ ଚିତ୍ର ହେଉଛି ଧର୍ମଗଡ ବେହେରା ଗ୍ରାମପଂଚାୟତର ନୁନପାଣି ଗାଁର। ଗାଁରେ ପ୍ରାୟ ୩ଶହ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ମାତ୍ର ଜଳ ଯୋଗାଣ ବ୍ୟବସ୍ଥା ଏଠି ଫେଲ୍ କହିଲେ ଅତ୍ୟୁକ୍ତି ହେବନି।


ବାରମ୍ବାର ଅଭିଯୋଗ ପରେ ନୁନପାଣିରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । ତେବେ ନିର୍ମାଣର ତିନି ବର୍ଷ ପରେବି ବୁନ୍ଦାଏ ପାନୀୟ ଜଳ ବସୁଧା ପାଣି ଟାଙ୍କିରୁ ପାଇ ନଥିବା ଅଭିଯୋଗ ହୋଇଛି । ଏପଟେ ପାଣି ଟାଙ୍କି କାମ ଅତି ନିମ୍ନମାନର ହୋଇଥିବା ଯୋଗୁଁ ପାଣି ଟାଙ୍କିରୁ ପାଣି ଝରୁଛି। ପାଇପ ଲାଇନ କାମ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଗମରେ ବସୁଧା ପ୍ରହସନର ଏହେଉଛି ବାସ୍ତବ ଚିତ୍ର। ପ୍ରକଳ୍ପ ଅଛି ହେଲେ ପାଣି ନାହିଁ। ଗ୍ରୀଷ୍ମ ପୂର୍ବରୁ ଜଳ ଯନ୍ତ୍ରଣାରେ କଲବଲ ଦୁର୍ଗମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

people-are-clamoring-for-drinking-water | Argus News