Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହଙ୍ଗା ପଡିଲା ଗୋମାଂସ ବିକ୍ରି, ନିର୍ଧୁମ ଛେଚିଲେ ଲୋକେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହଙ୍ଗା ପଡିଲା ଗୋମାଂସ ବିକ୍ରି, ନିର୍ଧୁମ ଛେଚିଲେ ଲୋକେ

Key Points

ମହଙ୍ଗା ପଡିଲା ଗୋମାଂସ ବିକ୍ରି କରିବା

ଦୁଇ ବ୍ୟବସାୟୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

୩୮ କେଜି ଗୋମାଂସ ବାଇକ ଯୋଗେ ନେଉଥିବାବେଳେ କାବୁ କଲେ ଲୋକେ

ମହଙ୍ଗା ପଡିଲା ଗୋମାଂସ ବିକ୍ରି କରିବା । ଦୁଇ ବ୍ୟବସାୟୀଙ୍କୁ ଧରି ନିର୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋମାଂସ ବେପାରୀ ପିତାମ୍ବର ମୁଖୀ ଓ ସୁନାରାମ ମୁର୍ମୁ ୩୮ କେଜି ଗୋମାଂସ ବାଇକ ଯୋଗେ ନେଉଥିବାବେଳେ କାବୁ କରିଥିଲେ ବଜରଙ୍ଗ ସେନାର ସଦସ୍ୟ । ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଗୋମାଂସ ବେପାରୀଙ୍କ ବାଇକକୁ ଭାଙ୍ଗିଥିଲେ ଉତ୍ତ୍ୟକ୍ତ ଲୋକେ ।


ଉଭୟଙ୍କ ମୁଁହ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ନେଇଥିଲେ ଲୋକେ । ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଦୁଇ ଗୋ ମାଂସ ବେପାରୀଙ୍କୁ ମୋରଡା ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଦିନକୁ ଦିନ ଗୋମାଂସ ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ଆବଶ୍ୟକ ହୋଇପଡୁଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-are-complaining-about-the-beef-sales | Argus News