Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କଟ ଜଳାଭାବକୁ ନେଇ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉତ୍କଟ ଜଳାଭାବକୁ ନେଇ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ସୁଧୁରୁନି ପାନୀୟ ଜଳ ସମସ୍ୟା। ପିଇବା ପାଣି ପାଇଁ ଅନେକ ଜାତନା ଭୋଗୁଛନ୍ତି ଦୁର୍ଗମର ଅପନ୍ତରା ଞ୍ଚଳରେ ରହୁଥିବା ଏ ଲୋକମାନେ। ରାଜ୍ୟ ସରକାର ଅପହଞ୍ଚ ଇଲାକାରେ ମୌଳିକ ସୁବିଧା ପହଁଞ୍ଚାଇବା ପାଇଁ ଅନେକ ଜୋଯନା କରୁଛନ୍ତି ହେଲେ ସେଥିରେ ବ୍ୟତିକ୍ରମ ଦେଖାଦେଉଛି । ପହଞ୍ଚିପାରୁନି ଯୋଜନା ଫଳରେ ହନ୍ତ ସନ୍ତ ହେଉଛନ୍ତି ଲୋକେ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତ ଚତୁରୀ ସାହିରେ ୫୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ସରକାରଙ୍କର ବସୁଧା ଯୋଜନା ଏମାନଙ୍କ ପାଖରେ ଅପହଞ୍ଚ। ଏହି ୫୦ ପରିବାରର  ଉତ୍କଟ ପାନୀୟ ଜଳ ସମସ୍ୟା ଆଖିରେ ନଦେଖିଲେ ବିଶ୍ୱାସ ହେବନି। ପାଣିପଇଁ ଦୀର୍ଘ ରାସ୍ଥା ଅତିକ୍ରାନ୍ତ କରୁଥିବା ବେଳେ। ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଲୋକେ।

୩୦୦ ଲୋକେ ବସବାସ କରୁଥିବା ଏହି ଗାଁରେ ପାଣି ସମସ୍ୟା ନୁଆ ନୁହଁ ବରଂ ଦୀର୍ଘ ବର୍ଷ ହେଲା ଏପରି ସମସ୍ୟା ଲାଗି ରହିଥିଲେବି ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି ସେପଟେ ଦିର୍ଘ ବର୍ଷ ହେବ ଟ୍ୟାପ୍‌ ଲାଗିଥିଲେ ମଧ୍ୟ ପାଣି ଆସୁନି। ଏ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ।

ଦୁର୍ଦଶ ଜୀବନ ସହ  ଉତ୍କଟ ଜଳ କଷ୍ଟ ସେମାନଙ୍କ ଜୀବନଙ୍କୁ ଆହୁରି ଦୁର୍ବିଶହ କରିପକାଉଥିବା ବେଳେ। ପାଣି କଷ୍ଟ ସହି ନପାରି ଶାଶୂଘର ଛାଡି ବାପଘରକୁ ପଳାଇଯାଉଛି ନୁଆ ବୋହୁ । ଉପଜିଲ୍ଲାପାଳଙ୍କ ପ୍ରତିଶୃତି ମିଳିବା ପରେ କେବେ ତାହା ପୁରଣ ହେଉଛି ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
People are living a miserable life due to water | Argus News