ମୌଳିକ ସୁବିଧା ଏମାନଙ୍କ ଲାଗି ସାତସୁନ

ଗଜପତି: ଏ ଗାଁରେ ରହୁଛନ୍ତି ଶତାଧିକ ପରିବାର । ଆଉ ଏମାନେ ସମସ୍ତେ ହେଉଛନ୍ତି ଆଦିବାସୀ । ସେଇଥି ଲାଗି ତ ସ୍ଥିର ସରକାର ଥାଇ ବି ବିକାଶ ପହଞ୍ଚିନାହିଁ ଏଇଠି ।
ସ୍ୱାଧୀନତାକୁ 75 ବର୍ଷ ପୂରିଲାଗଲା କିନ୍ତୁ ମୌଳିକ ସୁବିଧା ଏମାନଙ୍କ ଲାଗି ସାତସୁନ ହୋଇ ରହିଲା । ଇଏ ଏମିତି ଏକ ଗାଁ ଯେଉଁଠିକୁ ଆଜିକା ସମୟରେ ରାସ୍ତା ନାହିଁ କି ପାନୀୟ ଜଳର ସୁବ୍ୟବସ୍ଥା ନାହିଁ । ଅଭିଯୋଗ କରିନାହାନ୍ତି ତାହା ନୁହେଁ ବରଂ ଅଭିଯୋଗ କରିଛନ୍ତି ବରାବର କରିଛନ୍ତି ହେଲେ ତାଙ୍କ କଥାରୁ ଗୁରୁତ୍ଵ ଦେଇନି ରାଜ୍ୟ ସରକାର । ଆଉ ଆଜି ବି ଅଭାବ ଓ ଅନାଟନରେ ରହୁଛନ୍ତି ଏମାନେ ।
ନୂଆ ଓଡିଶା, ଆମ ଓଡିଶା ସହ ନବୀନ ଓଡିଶା ପରି କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ପ୍ରତି ଜିଲ୍ଲା ପ୍ରତି ପଞ୍ଚାୟତରେ ଲୋକଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି କିନ୍ତୁ ନୂଆ ଓଡ଼ିଶା ଗଠନର ଇଏ କଣ ପ୍ରକୃତ ଚିତ୍ର ବୋଲି ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ ।
ଦର୍ଶକବନ୍ଧୁ ଏ ଦୃଶ୍ୟ ହେଉଛି ଗଜପତି ଗୁମ୍ମା ବ୍ଲକ କୁଜାସିଂଗ ପଞ୍ଚାୟତର କୁଣ୍ଡେଇ ସିଂ ଗାଁ । ଯାହାଙ୍କ ପାଖରେ ଆଜି ବି ପହଞ୍ଚିନି ବିକାଶ । ଆଜି ପହଞ୍ଚିନି କି କେବେ ପହଞ୍ଚିବ ତାହାର ଉତ୍ତର ବି କାହା ପାଖରେ ନାହିଁ ।
📱 Get Argus News App
✨ନିର୍ବାଚନ ଆସିଲେ ପ୍ରତିଥର ଗାଁରେ ଆସି ଡେରା ପକାନ୍ତି ନେତା । କିନ୍ତୁ ଭୋଟ୍ ସରିବା ପରେ ସତେ ଯେମିତି ଆଦିବାସୀମାନେ ସରକାରଙ୍କର ପାଲଟନ୍ତି ସାବତ ପୁଅ । କିନ୍ତୁ ଏଥର ଆଉ ଚଳିବନି ନେତାଙ୍କ ମିଛ ପ୍ରତିଶ୍ରୁତି । ଚେତିଲେଣି ଲୋକେ...କାମ ନାହିଁ ତ ଭୋଟ୍ ନାହିଁ ବୋଲି ଦେଲେଣି ନାରା । ଏବେ କେବଳ ନିର୍ବାଚନକୁ ଅପେକ୍ଷା ।