Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଯାଉଛି ଲୁଗାପଟା, ତଥାପି ଜୀବିକା ଚିନ୍ତା

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଭିଜିଯାଉଛି ଲୁଗାପଟା, ତଥାପି ଜୀବିକା ଚିନ୍ତା

Key Points

ଜୀବନ ଜୀବିକା ମଝିରେ ନଈ
ଇନ୍ଦ୍ର ନଦୀରେ ଜୀବନ ବାଜି
ଭରା ନଦୀରେ ବାଜି ଲାଗୁଛି ଜୀବନ
ଭିଜିଯାଉଛି ଲୁଗାପଟା, ତଥାପି ଜୀବିକା ଚିନ୍ତା
ଇନ୍ଦ୍ର ନଦୀରେ ପୋଲ ନଥିବାରୁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ଭରା ନଦୀର ପ୍ରଖର ସ୍ରୋତରେ ବାଜିରେ ଲାଗିଛି ଜୀବନ । କିଏ ହାତ ଧରାଧରି ହୋଇ ନଦୀ ପାର ହେଉଛନ୍ତି ତ ପୁଣି କିଏ ଠେଙ୍ଗା ସାହାଯ୍ୟରେ ନଦୀ ପାର ହେଉଛନ୍ତି । ପାଣି ବଢିଲେ କିମ୍ବା ନଦୀ ଭିତରେ ଗୋଡ଼ ସନ୍ତୁଳନ ବିଗିଡ଼ିଲେ କଥା ସରିଲା l ମାତ୍ର ପୋଲ ନଥିବାରୁ ବର୍ଷ ବର୍ଷ ଧରି ଏଭଳି ଜୀବନକୁ ବାଜିରେ ଲଗାଇ ନଦୀ ପାର ହେଉଛନ୍ତି ଲୋକେ।

ନୂଆପଡ଼ା ବୋଡେ଼ନ ବ୍ଲକ ନାଗପଡା ପଞ୍ଚାୟତର । ଏଠାକା ଲାଇଫ ଲାଇନ ବୋଲା ଯାଉଥିବା ଇନ୍ଦ୍ର ନଦୀ ଉପେ ପୋଲ ନ ଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ଯାତାୟାତର ଅନ୍ୟ ସୁବିଧା ନ ଥିବାରୁ ବାଧ୍ୟ ହୋଇ ପ୍ରତିଦିନ ଭରା ନଦୀ ପାର ହେବାକୁ ପଡୁଛି । ନାଗପଡା ପଞ୍ଚାୟତର ଖୋଲିଭିତର, ଭୂଇଁପାଣି, ଛୁଇଁପାଣି, ବରପଦର, ପହରିଆପଡ଼ା ଆଦି ଗାଁର ଲୋକେ ପିଢ଼ି ପରେ ପିଢ଼ି ଏହି ଦୁର୍ଦ୍ଦଶା ଭୋଗୁଛନ୍ତି।ଏହି ଇନ୍ଦ୍ର ନଦୀ ପାର ହୋଇ ନାଗପଡା ପଞ୍ଚାୟତ ଅଫିସ, ସାପ୍ତାହିକ ବଜାର, ରାସନ ସାମଗ୍ରୀ, ବୋଡ଼େନ ବ୍ଲକ ଅଫିସ, ମେଡିକାଲ ଭଲି ବିଭିନ୍ନ କାମ ପାଇଁ ଯାଆନ୍ତି ଅଞ୍ଚଳବାସୀ l


ଦୀର୍ଘ ବର୍ଷ ହେଲା ଇନ୍ଦ୍ର ନଦୀର ଉପକାଗଙ୍ଗା ଘାଟ ଓ ଭୂଇଁପାଣି ଘାଟରେ ସେତୁ ପାଇଁ ଦାବି ହୋଇ ଆସୁଥିଲେ ବି ପ୍ରଶାସନ କିମ୍ବା ରାଜନେତା କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ହେଲା ଇନ୍ଦ୍ର ନଦୀ ର ଉପକାଗଙ୍ଗା ଘାଟ ଏବଂ ଭୂଇଁପାଣି ଘାଟ ର ସେତୁ ପାଇଁ ଦାବୀ ହୋଇ ଆସୁଥିଲେ ବି ଫଳ ଶୂନ l ଏଠି ପ୍ରଶ୍ନ ଉଠୁଛି ଆଉ କେତେ ବର୍ଷ ଭରା ନଦୀରେ ପାର ହୋଇ ଜୀବନକୁ ବାଜି ଲଗାଇବେ ଦୁର୍ଗମବାସୀ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-are-suffering-due-to-the-lack-of-a-bridge-across-the-indra-river | Argus News