Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବସୁଧା ନାଁରେ ହାଇଡ୍ରାମା: ପାଣି ଟୋପାଏ ପାଇଁ କଲବଲ

Odisha

ବସୁଧା ନାଁରେ ହାଇଡ୍ରାମା: ପାଣି ଟୋପାଏ ପାଇଁ କଲବଲ

Rashmita Mishra
Browse all articles by Rashmita Mishra
·1 year ago·2 min read
ବସୁଧା ନାଁରେ ହାଇଡ୍ରାମା: ପାଣି ଟୋପାଏ ପାଇଁ କଲବଲ

Key Points

ପାଣି ଟୋପାଏ ପାଇଁ କଲବଲ
ଚୁଆ ପାଣି ମେଣ୍ଟାଉଛି ୪ ଗାଁର ଶୋଷ
ପାଣି ପାଇଁ ଯିବାକୁ ପଡ଼େ ମାଇଲ ମାଇଲ ବାଟ

ପାଣି ପାଇଁ ସଂଗ୍ରାମ। ପାଣି ପାଇଁ ପ୍ରତିଯୋଗିତା। ପାଣି ପାଇଁ ଚାଲିବାକୁ ହେଉଛି ମାଇଲ ମାଇଲ ବାଟ। ରାସ୍ତା ସମସ୍ୟା କି ଖରାର କଷ୍ଟ ଠୁ ବଳି ଯାଉଛି ଜଳ ସଙ୍କଟ। କାରଣ ଖରା କି ରାସ୍ତାକୁ ଡରିଲେ ମେଣ୍ଟିବନି ଶୋଷ। ଏଭଳି ଜଳ କଷ୍ଟ ଭୋଗୁଛନ୍ତି ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର 4 ଗାଁ। ଖିନବଙ୍ଗ, ଜଳାପୁଟ ଉପର ,କୋଣ୍ଡା ପାଳି ଓ ହାଟ ପଦାରେ ଉତ୍କଟ ଜଳ ସମସ୍ୟା। ଅଞ୍ଚଳରେ ରହୁଥିବା ୨ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଣି ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ । ୨୪ ବର୍ଷର ବିଜେଡି ସରକାର ବସୁଧା ଯୋଜନାରେ ପ୍ରତ୍ୟକ ଗାଁକୁ ପାନୀୟ ଜଳ ଯୋଗେଇ ଥିବା ଡିଣ୍ଡିମ ପିଟୁଥିବା ବେଳେ ବିଲାପୁଟ ବାସ୍ତବରେ ଦେଖିବାକୁ ମିଳିଛି ଅସଲ ଚିତ୍ର ।


ଏହି ଗାଁ ଗୁଡକରେ ନଳକୂପ ଅଛି ସତ ମାତ୍ର ସେଥିରୁ ଅଧିକାଂସ ଅଚଳ। ଗୋଟିଏ ଦୁଇଟି ନଳକୂପ ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇ ପାରୁନି। ସେଥିପାଇଁ ଶୋଷ ମେଣ୍ଟାଇବା ପାଇଁ ଚୁଆ ପାଣି ପାଲଟିଛି ଏକମାତ୍ର ଭରଷା । ଏ ପାଣି ପିଇ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି ଗ୍ରାମବାସୀ । ଏ ଦିଗରେ ପଞ୍ଚାୟତବାସୀ ପୂର୍ବରୁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ୍ । ଦୀର୍ଘ 24 ବର୍ଷର ବିଜେଡି ସରକାର ପ୍ରତିଶ୍ରୁତି ବଦଳରେ ଦେଲେ ଧୋକ୍କା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡିଆ ଗାଁରେ ଲୋକେ ପାଣି ପାଇଁ ହନ୍ତସନ୍ତ I ଗାଁରେ ୧୫୦୦ ଘର କିନ୍ତୁ ସମସ୍ତଙ୍କ ପାଇଁ ଗୋଟିଏ କୂଅ । ତାହା ବି ବ୍ୟବହାର ଯୋଗ୍ୟ ନୁହେଁ । ଗତ ଫାଇଲିନ ବାତ୍ୟା ପରଠୁ କୂଅରେ ଭର୍ତି ହୋଇଯାଇଛି କୁଢ଼ କୁଢ଼ ଆବର୍ଜନା । ଫଳରେ ସେ ପାଣି ବ୍ୟବହାର କରି ହେଉନି । ସେହିପରି ଗାଁରେ ରହିଛି ଦୁଇଟି ନଳକୂପ । ମାତ୍ର ସେଥିରୁ ଗୋଟିଏ ଅଚଳ । ଫେବୃଆରୀ ମାସରୁ ପାନୀୟ ଜଳର ଘୋର୍ ସମସ୍ୟା। ଏପ୍ରଲ୍, ମେ ମାସରେ କଣ ହେବ ଅବସ୍ଥା । ପିଇବା ପାଣି ଲାଗି ଡହଳ ବିକଳ ଜୀବନ।


24 ବର୍ଷ ସରକାରରେ ରହିଲା ବିଜେଡି। ମାତ୍ର ବର୍ଷ ବର୍ଷ ଧରି ଜଳ କଷ୍ଟ ଭୋଗୁଥିବା କଉଡିଆ ଗ୍ରାମବାସୀଙ୍କ ଦୁଃଖ ଦୂର କରିପାରିଲାନି। କିଛିଦିନ ତଳେ ଗ୍ରାମବାସୀ ଅତିଷ୍ଠ ହୋଇ ରାଜରାସ୍ତାକୁ ଓହ୍ଲାଇ ସାନଖେମୁଣ୍ଡି-ଶେରଗଡ଼ ତଥା ହିଞ୍ଜିଳି ରାସ୍ତାରେ ହାଣ୍ଡି ମାଠିଆ ଧରି ରାସ୍ତାରୋକ କରି ପ୍ରତିବାଦ କରିଥିଲେ କିନ୍ତୁ କିଛି ଫଳ ମିଳିନଥିଲା । ଏବେ ସରକାର ବଦଳିଛି ନୂଆ ସରକାର ଗ୍ରାମବାସୀଙ୍କ ଦୁଃଖ ବୁଝିବେ ବୋଲି ଗାଁ ଲୋକ ଆଶା ।

Sponsored
People are suffering from water shortages in the border areas | Argus News