Videos
|
Odisha

ନାବାଳିକା ମୃତ୍ୟୁ ପରେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ନାବାଳିକା ମୃତ୍ୟୁ ପରେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

Key Points

ଟ୍ରାକ୍ଟର ଚାପାରେ ନାବାଳିକା ଝିଅର ମୃତ୍ୟୁ

ଟ୍ରାକ୍ଟରରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

ଭଦ୍ରକ: ହସଖୁସିରେ ଘରକୁ ଫେରୁଥିଲେ ବାପଝିଅ । ହେଲେ କିଏ ଜାଣିଥିଲା ଘର ଠାରୁ ମାତ୍ର କେଇ ମିଟର ଦୂରରେ ଜୀବନ ଚାଲିଯିବ । ଇଟା ଭର୍ତ୍ତି ଟ୍ରାକ୍ଟରଟି ଯମ ସାଜି ବାପା ଆଗରେ ସାନ ଝିଅର ଜୀବନ ନେଇ ଯିବ । ଏମିତି ଅଘଟଣ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ।


ଗ୍ରାମାଞ୍ଚଳ ଥାନା ଗୁଜିଦରଡ଼ା ଫାଣ୍ଡି କମାରିଆ ବସପୁର ଛକରେ ଟ୍ରାକ୍ଟର ଚାପାରେ ନାବାଳିକା ଝିଅର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର ସେକ୍ ସବାଜ ତାଙ୍କ ୪ ବର୍ଷର ଝିଅକୁ ନେଇ ଘରକୁ ଫେରୁଥିଲେ । ସେହି ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ବାପଝିଅଙ୍କୁ ଧକ୍କା ଦେଇଥିଲା ।


ଆଉ ଦେଖୁ ଦେଖୁ ବାପା ଆଖି ଆଗରେ ହିଁ ଝିଅକୁ ଚାପି ଦେଇଥିଲା ଟ୍ରାକ୍ଟର । ଘଟଣା ସ୍ଥଳରେ କୁନି ଝିଅର ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଉକ୍ତ ଟ୍ରାକ୍ଟରଟିରେ ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାଙ୍କ ବାପାଙ୍କୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
People Blazed Tractor After Minor Girl Death In Bhadrak | Argus News