Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନାକରେ କପଡା ଦେଇ ନବୀନ ବ୍ରାଣ୍ଡର ବ୍ୟାଗ ଆଣିଲେ ଲୋକେ

Odisha

ନାକରେ କପଡା ଦେଇ ନବୀନ ବ୍ରାଣ୍ଡର ବ୍ୟାଗ ଆଣିଲେ ଲୋକେ

Manini Pattanayak
Browse all articles by Manini Pattanayak
·2 years ago·1 min read
ନାକରେ କପଡା ଦେଇ ନବୀନ ବ୍ରାଣ୍ଡର ବ୍ୟାଗ ଆଣିଲେ ଲୋକେ

ରାୟଗଡା : ଆମ ଓଡିଶା ନବିନ ଓଡିଶାର ବ୍ୟାଗ୍ ଆଣିବାକୁ ଯାଇ ମୁହଁରେ କପଡା ବାନ୍ଧିଲେ ଲୋକେ । ସ୍ତ୍ରୀଠୁ ପୁରୁଷ ସମସ୍ତଙ୍କ ନାକରେ କପଡା ବିଣ୍ଡା..  କି ଗନ୍ଧ .. କି ଗନ୍ଧ କହି ମୁହଁରୁ କପଡା ହଟାଉ ନାହାନ୍ତି।  ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପଞ୍ଚାୟତ କାର୍ଯ୍ୟଳୟର ଗୋଦାମ ଗୃହ ।  ରାଜ୍ୟ ସରକାରଙ୍କ ବ୍ରାଣ୍ଡ ବ୍ୟାଗ ଆଣିବାକୁ ଯାଇ ଦୁର୍ଗନ୍ଧର ସାମ୍ନା କରୁଛନ୍ତି ଲୋକେ । ଯାହାକୁ ନେଇ ଏବେ ଚର୍ଚ୍ଚା....ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ବିଷମକଟକ ଡାକୁଲଗୁଡା ଗ୍ରାମପଞ୍ଚାୟତରେ । ଗୋଦାମ ଖୋଲା ରହୁଥିବାରୁ ଏଠାରେ ଅସାମାଜିକ ଲୋକ ଝାଡା ଓ ପରିସ୍ରା କରୁଛନ୍ତି । ସେଇଥି ଲାଗି ତ ଏମିତି ସ୍ଥିତି ଉପୁଜିଛି...

ଯୁଆଡେ ଦେଖବ ସିଆଡେ କୁଢକୁଢ ଅଳିଆ ଆବର୍ଜନା l ପଞ୍ଚାୟତର ଅଧିକାଂଶ ଲୋକେ ସରକାରଙ୍କ ରାସନ ସାମଗ୍ରୀ ପାଇଁ ଏହି ଗୋଦାମ ଗୃହ ଉପରେ  ନିର୍ଭର କରନ୍ତି l  କିନ୍ତୁ  ଗୋଦାମ ଗୃହରେ ଅବ୍ୟବସ୍ଥା ଦେଖିଲେ ସେଠି ପାଦ ରଖିବାକୁ ଇଛା ହେବନି ।  ରାଜ୍ୟ ସରକାରଙ୍କ ପକ୍ଷରୁ ବଣ୍ଟନ କରାଯାଉଥିବା  ଆମ ଓଡିଶା ନବିନ ଓଡିଶା ବ୍ୟାଗ୍  ନେବା ପାଇଁ  ଅନେକ ମହିଳା ଓ ପୁରଷମାନେ ଆଶିଛନ୍ତି।   ଦୁର୍ଗନ୍ଧମୟ ପରିବେଶରେ ନାକରେ କପଡା ଦେଇ ଘଣ୍ଟା ଘଣ୍ଟା ଅପେକ୍ଷା କରି ବସି ରହିଥିବା  ଦୃଶ୍ୟ ମଧ୍ୟ ସାମ୍ନାକୁ ଆଶିଛି l ଦୁର୍ଗନ୍ଧ ଯୋଗୁଁ କିଛିଲୋକ ବିରକ୍ତ ହେଇ ଘରକୁ  ମଧ୍ୟ ଚାଲିଯାଇଥିବା ଦେଖିବାକୁ ମିଳିଛି l  ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ କାହିକି ନିର୍ମାଣ ହୋଇ ପାରୁନି ଗୋଦାମ ଗୃହରେ କବାଟ ?   କୁଆଡେ ଗଲା ପଞ୍ଚାୟତକୁ ଆଶୁଥିବା ଇପିଏଫ୍ ଫଣ୍ଡ ?    ଏପରି ଅନେକ ପ୍ରଶ୍ନ ବାଣରେ ଘାଇଲା କଲେଣି ସ୍ଥାନୀୟ ଲୋକେ। 

ଅଧିକ ଦେଖନ୍ତୁ : 
          

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People brought Naveen brand bags with cloth on their noses | Argus News