Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ୧୨ଟି ନୂଆ NAC ଘୋଷଣା ପରେ ଉତ୍ସାହିତ ଜନତା

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ରାଜ୍ୟରେ ୧୨ଟି ନୂଆ NAC ଘୋଷଣା ପରେ ଉତ୍ସାହିତ ଜନତା

Key Points

ଲୋକଙ୍କ ଦାବି ପୂରଣ କଲେ ଡବଲ ଇଂଜିନ ସରକାର
ରାଜ୍ୟରେ 12ଟି ନୂଆ NAC ଘୋଷଣା ପରେ ଉତ୍ସାହିତ ଜନତା
ମନ୍ତ୍ରୀ କହିଲେ, ଆଗକୁ ଆହୁରି 9ଟି ନୂଆ ଏନଏସି
ପୂର୍ବ ସରକାରର ଆନ୍ତରିକତା ଅଭାବରୁ ଘୋଷଣାରେ ସୀମିତ ଥିଲା ଯୋଜନା
ଆଗକୁ କିଛି ବିଜ୍ଞାପିତ ଅଂଚଳ ବି ହେବ ପୌର ପରିଷଦ

ଲୋକଙ୍କ ଦାବି ପୂରଣ ପାଇଁ ଦିଆଯାଉଛି ପ୍ରାଥମିକତା । ୭ ଜିଲ୍ଲାର ୧୨ ନୂଆ NAC ଗଠନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅନୁଗୁଳର ପାଲଲହଡ଼ା , ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ବରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ରେଙ୍ଗାଲି ଓ ବାମରା ଏବଂ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୂଷୁରୀ ନୂଆ NAC ହେବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଆଗକୁ ଆହୁରି ୯ଟି NAC ଘୋଷଣା ହେବ । ବହୁ ପୂର୍ବରୁ ନଗର ବୃଦ୍ଧିର ଆବଶ୍ୟକତା ରହିଥିଲା, ହେଲେ ପୂର୍ବ ସରକାରର ଆନ୍ତରିକତା ଅଭାବରୁ ନାଁକୁ ମାତ୍ର ଘୋଷଣା ହୋଇଥିଲା । ଅନ୍ୟପକ୍ଷରେ ବିଜେଡି ସରକାରରେ ହୋଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । .. ସେପଟେ ବାକିଥିବା ଗ୍ରାମପଞ୍ଚାୟତକୁ କେବେ ଏନଏସି କରାଯିବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ଉପସଭାପତି ସନ୍ତୋଷ ସିଂ ସାଲୁଜା ।

ଏନଏସି ଘୋଷଣା ପରେ ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲା ଧୂଷୁରୀ ବଜାରରେ ପଦଯାତ୍ରା କରି ଲୋକେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁବର୍ଣ୍ଣପୁରର ବୀରମହାରାଜରେ ଲୋକେ ବାଣ ଫୁଟାଇ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେପି କର୍ମୀ। ବାଲେଶ୍ବର ସିମୁଳିଆ, ବସ୍ତା ଏବଂ ରାୟଗଡ଼ାର ବିଷମକଟକରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ। ପାଳଲହଡାରେ ବି ଖୁସିର ମାହୋଲ। ସେପଟେ ସଇଁତଳାକୁ NAC କରାଯାଇନଥିବାରୁ ତୀବ୍ର ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।

ନୂଆ ଏନଏସି ଘୋଷଣା ପରେ ଆଧୁନିକ ସୁବିଧା ଯଥା ଉନ୍ନତ ଯୋଗାଯୋଗ, ପାଣି, ବିଦ୍ୟୁତ୍,ଶିକ୍ଷା ଓ ଅନ୍ୟାନ୍ୟ ନାଗରିକ ସେବା ଯୋଗାଇବାରେ ସହାୟକ ହେବ। ଏହା ସହିତ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟିରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People excited after announcement of 12 new NACs in the state | Argus News