Videos
|
Odisha

ବିରଳ  ପ୍ରଜାପତିକୁ ଦେଖିବା ପାଇଁ ଲୋକଙ୍କ ଲାଗିଛି ଭିଡ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବିରଳ  ପ୍ରଜାପତିକୁ ଦେଖିବା ପାଇଁ ଲୋକଙ୍କ ଲାଗିଛି ଭିଡ 

ଯାଜପୁର:  ଲୋକଙ୍କ ଭିଡ ଲାଗିଛି..  ଫାଙ୍କରୁ ଦୃଶ୍ୟମାନ ହେଉଛି ଫୁଲ, ଧୂପ ଦ୍ୱୀପ। ଫୁଲ, ଧୂପ ଦ୍ୱୀପ ମଝିରେ ପ୍ରଜାପତି।  ପୂଜା ପାଉଥିବା ପ୍ରଜାପତିଟି ଅବିକଳ ଜଗନ୍ନାଥଙ୍କ ପରି। ପ୍ରଜାପତିର ପିଠିରେ ଜଗନ୍ନାଥଙ୍କ ପରି ଦୁଇଟି ଆଖି, ନାକ, ଆଉ ପାଟି ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏହି ବିରଳ  ପ୍ରଜାପତିକୁ ଦେଖିବା ପାଇଁ  ଲୋକଙ୍କ ଲାଗିଛି ଭିଡ।  ପୂଜା ପାଉଥିବା  ପ୍ରଜାପତି ଦେହରେ ପ୍ରଭୁ ଜଗନ୍ନାଥଙ୍କ ମୁଖ।  ଲୋକମାନେ ଫୁଲ, ଦ୍ୱୀପ ଦେଇ ପୂଜାପୁଜି କରୁଛନ୍ତି ଲୋକେ। ଏହି  ବିରଳ ପ୍ରଜାପତି ଦେଖିବା ପାଇଁ ମିଳିଛି ବଡ଼ଚଣା ବ୍ଲକ କୁନ୍ଦଳ ସ୍ଥିତ ନାୟକ ସାହି ଅନିତା ନାୟକଙ୍କ ଘରେ। କେଉଁ ଆଡୁ ଉଡ଼ି ଆସି ଅନିତା ଙ୍କ ଘରେ ପହଞ୍ଚି ଥିଲା ଏହି ବିରଳ ପ୍ରଜାପତି। ପ୍ରଜାପତି କୁ ଦେଖିବା ପାଇଁ ଅନିତାଙ୍କ ଘରକୁ ଲୋକେ ଛୁଟି ଆସୁଛନ୍ତି।  ଯିଏ ଆସୁଛି ସିଏ ପ୍ରଜାପତିଙ୍କୁ ମୁଣ୍ଡିଆ ମାରୁଛି।  ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବନା ଜାଗ୍ରତ ହେଇଥିବା ଦେଖିବା ପାଇଁ ମିଳିଛି।  

 ପ୍ରଜାପତିଟି ଦେହରେ ଜଗାର ରୂପ ଦେଖି ଲୋକେ ଭାବବିହ୍ୱଳ।  ପ୍ରଭୁ କେତେବେଳେ କାହା ରୂପରେ ଆସିବେ ସେକଥା କିଏ ବା ଜାଣେ।  ଓଡ଼ିଆଙ୍କ ପ୍ରାଣ ଜଗନ୍ନାଥ। ଆଉ ଯେତେବେଳେ  ଜଗନ୍ନାଥଙ୍କର ପ୍ରତିଛବି ପ୍ରଜାପତି ଦେହରେ ଦେଖିବାକୁ ପାଇଛନ୍ତି ଲୋକେ ପ୍ରଜାପତିକୁ ପୁଜିବାରେ ଲାଗିପଡିଛନ୍ତି। କେହି କେହି ଭାବୁଥିବେ  ଏହା ଲୋକଙ୍କ  ଦୁର୍ବଳ ମାନଶିକତା ବା  ଅନ୍ଧବିଶ୍ୱାସ, ଏପରି ଅନେକ କଥା କହୁଥିବେ.. କିନ୍ତୁ ଜଗନ୍ନାଥ ଯେ କୋଟି କୋଟି  ଓଡ଼ିଆର ପ୍ରାଣରେ ବସିଛନ୍ତି ..  ଚତୁର୍ପାଶ୍ୱରେ ଜଗନ୍ନାଥଙ୍କ ସତା ନିହିତ। ଆଉ ସେହି ଜଗାର ଅବିକଳ ରୂପ ପ୍ରଜାପତି ଠାରେ ଦେଖି ଭକ୍ତ  କିପରି ନିଜର ଭକ୍ତିକୁ ରୋକିପାରନ୍ତେ ଯେ.. । 
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: