Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ଦିନ ଧରି ପାଣି ଘେରରେ ୧୦ଟି ପଞ୍ଚାୟତର ଲୋକେ

Rashmita Mishra
Browse all articles by Rashmita Mishra
·1 year ago·1 min read
୪ ଦିନ ଧରି ପାଣି ଘେରରେ ୧୦ଟି ପଞ୍ଚାୟତର ଲୋକେ

Key Points

ପାଣି ଘେରରେ ୬୦ରୁ ଅଧିକ ଗାଁ
ସୁବର୍ଣ୍ଣରେଖାର ବନ୍ୟାପାଣି ଘେରରେ ୬୦ରୁ ଅଧିକ ଗାଁ
୪ ଦିନ ଧରି ପାଣି ଘେରରେ ୧୦ଟି ପଞ୍ଚାୟତର ଲୋକେ
ତଳିଆ ଅଞ୍ଚଳରେ ପାଣି ଧୀରେ ଧୀରେ ବଢ଼ି ଚାଲିଛି
ରାସ୍ତା ଉପରେ ୪ଫୁଟରେ ପାଣି ଚାଲିଛି

୪ ଦିନ ଧରି ପାଣି ଘେରରେ ୧୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ । ସୁବର୍ଣ୍ଣରେଖାର ବନ୍ୟାପାଣିରେ ଦାରୁହା, କୁଳିଦା, ମହାଗବ୍, ନାଚିନ୍ଦ ଭଳି ପଞ୍ଚାୟତ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ପାଣି ଧୀରେ ଧୀରେ ବଢ଼ି ଚାଲିଛି । ଏବେବି ରାସ୍ତା ଉପରେ ୪ଫୁଟରେ ପାଣି ଚାଲିଛି । ସକାଳୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହେବାରୁ ବନ୍ୟା ଆଶଙ୍କା ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା ।

ସେପଟେ ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତ ଜଳମଗ୍ନ । ଶହଶହ ହେକ୍ଟର ଚାଷଜମିକୁ ମାଡିଗଲା ବନ୍ୟାପାଣି । ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ଶହଶହ ହେକ୍ଟର ଚାଷଜମିକୁ ମାଡିବାରେ ଲାଗିଛି ବନ୍ୟାପାଣି । ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ବୈତରଣୀ ଉଛୁଳିପଡିଛି । ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳୁଛିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-from-10-panchayats-inundated-for-4-days | Argus News