Videos
|
Odisha

ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଛନ୍ତି ଲୋକମାନେ

Rashmita Mishra
Browse all articles by Rashmita Mishra
·2 years ago·1 min read
ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଛନ୍ତି ଲୋକମାନେ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବାଘମୁଣ୍ଡା ବ୍ଲକରେ ଭୋଟ୍ ବର୍ଜନ । ବାରମ୍ବାର ଗାଁକୁ ରାସ୍ତାଟେ ନିର୍ମାଣ କରିବାକୁ କହିବା ପରେ ବି କେହି ନଶୁଣିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ।ପାଣି, ରାସ୍ତା ଓ ଚାଷ ଜମିକୁ କେନାଲ ମାଧ୍ୟମରେ ପାଣି ପଂହଚାଇବା ଭଳି ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଛନ୍ତି ଲୋକମାନେ । ଆଜି ଏହାକୁ ସତ କରି ଦେଖାଇଛନ୍ତି । ଲୋକଙ୍କ କହିବା କଥା ୨୫ ବର୍ଷ ଧରି ବିଜେଡି ସରକାର ଆମ ମାନଙ୍କୁ ଠକି ଆସୁଛି। ଆମେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା,  ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସମସ୍ୟା ଜଣାଇଛୁ। ହେଲେ ଆମ ସମସ୍ୟାର ସମାଧାନ କରୁନାହାନ୍ତି ସରକାର

ରାଜନେତାଙ୍କ ଉପରେ ରାଗି ଯାଇ ବାଘମୁଣ୍ଡାର ୫୦୦ ଭୋଟର ଆଜି ଭୋଟ ବର୍ଜନ କରିଥିବା ଜଣାପଡିଛି । ସେହିପରି କୃଷ୍ଣପ୍ରସାଦ ଖିରିସାହି ଗାଁରେ ମଧ୍ୟ ରାସ୍ତା ନିର୍ମାଣ ନହେବାରୁୁ ନେଇ ଭୋଟ ବର୍ଜନ କରିଛନ୍ତି ଶହଶହ ଭୋଟର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People have canceled their votes due to basic issues | Argus News