Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିଲିକା କୃଷ୍ଣପ୍ରସାର ବ୍ଲକର ୧୪ଟି ପଞ୍ଚାୟତର ଲୋକଙ୍କୁ ମିଳିବ ଯନ୍ତ୍ରଣାରୁ ମୁକ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
ଚିଲିକା କୃଷ୍ଣପ୍ରସାର ବ୍ଲକର ୧୪ଟି ପଞ୍ଚାୟତର ଲୋକଙ୍କୁ ମିଳିବ ଯନ୍ତ୍ରଣାରୁ ମୁକ୍ତି

Key Points

ଦୀର୍ଘ ପ୍ରତିକ୍ଷାର ହେବ ଅନ୍ତ

ଖୁବଶୀଘ୍ର ଚିଲିକା ଉପରେ ନିର୍ମାଣ ହେବ ସେତୁ

ସେତୁ ନିର୍ମାଣ ପାଇଁ ମିଳିଲା ପରିବେଶ ମଞ୍ଜୁରୀ

ଚିଲିକା କୃଷ୍ଣପ୍ରସାର ବ୍ଲକର ୧୪ଟି ପଞ୍ଚାୟତର ଲୋକଙ୍କୁ ମିଳିବ ଯନ୍ତ୍ରଣାରୁ ମୁକ୍ତି

ଚିଲିକା ଉପରେ ନିର୍ମାଣ ହେବ ଅତ୍ୟାଧୁନିକ ସେତୁ। ସେତୁ ନିର୍ମାଣ ଲାଗି ମିଳିଲା ଗ୍ରିନ୍ ସିଗନାଲ୍। ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ମିଳିଲା ମଞ୍ଜୁରୀ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକାରଣ ଦ୍ବାରା ସାତପଡା-କୃଷ୍ଣପ୍ରସାଦ ବ୍ଲକ ମଧ୍ୟରେ ଚିଲିକା ଉପରେ ୭.୭୪୦ କିଲୋମିଟର ଲମ୍ବରେ ମିସିଂ ଲିଙ୍କ ନିର୍ମାଣ ହେବ ।

ହ୍ରଦ ଉପରେ ଦୁଇ ଲେନ୍ ବିଶିଷ୍ଟ ବୃହତ ସେତୁ ନିର୍ମାଣ ପାଇଁ ମଞ୍ଜୁର କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି । ଚିଲିକା ମଝିରେ ଥିବି କୃଷ୍ଣପ୍ରସାର ବ୍ଲକର ୧୪ଗୋଟି ପଞ୍ଚାୟତ ବାସୀଙ୍କୁ ଯନ୍ତ୍ରଣାରୁ ମିଳିବ ମୁକ୍ତି। ପରିବେଶ ମଞ୍ଜୁରୀକୁ କୃଷ୍ଣପ୍ରସାଦବାସୀ ସ୍ବାଗତ କରିଛନ୍ତି ।

ଚିଲିକା ଉପରେ ହେବାକୁ ଥିବା ସେତୁ ଦେଇ ଭାରି ଯାନ ଚଳାଚଳ ଉପରେ କଟକଣା ରହିବ । ଏନଏଚଏଆଇ ପରିବେଶ ମନ୍ତ୍ରାଳୟ କୁ ଅବଗତ କରାଇଛି ଯେ ଚିଲିକା ଉପରେ ବ୍ରିଜ କୁ ୨ ଲେନ ରୁ ଅଧିକ କରାଯିବ ନାହିଁ। ଦିନକୁ କମ ଗାଡି କୁ ଛଡା ଯିବ। ସନ୍ଧ୍ୟା ୭ ରୁ ସକାଳ ୬ ଯାଏଁ ସେତୁ ଉପରେ ଗାଡି ଚଳା ଚଳ ସମ୍ପୂର୍ଣ ବନ୍ଦ ରହିବ। ସେତୁ ନିର୍ମାଣ ହେଲେ ସାତପଡା- କୃଷ୍ଣପ୍ରସାଦ ବ୍ଲକକୁ ସଂଯୋଗ ହେବ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ପ୍ରସ୍ତାବିତ ସେତୁ ନିର୍ମାଣ ଲାଗି ୫୦୦ କୋଟି ଟଙ୍କା ମୂଲ୍ୟରେ ୮କିମି ଦୈର୍ଘ୍ୟର ୨ଟି ପ୍ରମୁଖ ସେତୁ ନିର୍ମାଣ ନିମନ୍ତେ ଡିପିଆର ସମ୍ପୁଣ୍ଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଆଗକୁ ବଢିବ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମଧ୍ୟରେ ଏନେଇ ଆଲୋଚନ ହୋଇଛି । ଆଗାମୀ ଦିନର ଏହି କାର୍ଯ୍ୟକୁ ତ୍ବରାନିତ କରାଯିବ। ଖୁବଶୀଘ୍ର ଦୂର ହେବ ଚିଲିକା ଦ୍ବୀପାଞ୍ଚଳବାସୀଙ୍କ ଦୁଖଃ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-of-14-panchayats-of-chilika-krishnaprasar-block-will-get-relief-from-pain | Argus News