Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକ ଦେଖାଣିଆ ପ୍ରକଳ୍ପ, ନାଳ ପାଣି ଭରସାରେ ସୀମାନ୍ତ ଗାଁ

Odisha

ଲୋକ ଦେଖାଣିଆ ପ୍ରକଳ୍ପ, ନାଳ ପାଣି ଭରସାରେ ସୀମାନ୍ତ ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲୋକ ଦେଖାଣିଆ ପ୍ରକଳ୍ପ, ନାଳ ପାଣି ଭରସାରେ ସୀମାନ୍ତ ଗାଁ

କୋରାପୁଟ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତର ଥୁରିଆ ଗାଁ। ପୂର୍ବ ସରକାରଙ୍କ ବସୁଧା ଯୋଜନା ଏଠି ଫେଲ। ବିଶୁଦ୍ଧ ପାନୀୟ ଜଳ ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରି ଆସୁଛନ୍ତି ଅଞ୍ଚଳବାସୀ। ଗାଁରେ ୩୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଗାଁରେ ପାନୀୟ ଜଳ ସୁବିଧା ଥାଇ ନ ଥିବା ସଙ୍ଗେ ସମାନ। ଗାଁରେ ପାଇପ କେବଳ ବିଲ କରିବା ପାଇଁ ପୋତା ହୋଇଥିବା କୁହନ୍ତି ଅଞ୍ଚଳବାସୀ। କାରଣ ପାଇପ ପୋତାହେବା ଦିନରୁ କାର୍ଯ୍ୟକ୍ଷମ ହୋଇନି। ଗାଁରେ ଦୁଇଟି ନଳକୂପ ଅଛି କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ ଖରାପ। ଫଳରେ ପିଇବା ପାଣି ପାଇଁ ଲୋକେ ନାଳ ଉପରେ ଭରସା କରୁଛନ୍ତି। ଏହି ନାଳ ପାଣି ପାଇଁ ବି ବିଲପାହାଡ଼ ଡେଇଁ ଯିବାକୁ ପଡୁଛି।

24 ବର୍ଷର ବିକାଶ ବାହାବାହି ନେଉଥିବା ପୂର୍ବ ସରକାରଙ୍କ ଏହେଉଛି ବାସ୍ତବତା। ଏଠି ପ୍ରକଳ୍ପ ହୋଇଛି କିନ୍ତୁ ଲୋକେ ପାଉ ନାହାନ୍ତି ଏହାର ଲାଭ। ଖାଲି ପାଣି କାହିଁକି ଆବସା ରାସ୍ତା ଆଦି ସମସ୍ୟା ସମଧ୍ୟ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବର୍ଷ ପରେ ବର୍ଷ ବିତିଯାଉ ଥିଲେ ବି ମୈଳିକ ସମସ୍ୟାର ସମାଧାନ ହେଉନି ଫଳରେ ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ। ସୀମାନ୍ତବାସୀଙ୍କୁ ପ୍ରକଳ୍ପ ପ୍ରତାରଣାର ପ୍ରମାଣ ଥୁରିଆ। କାରଣ ଏଠି ପ୍ରକଳ୍ପ ଥାଇବି ଲୋକେ ହେଉନାହାନ୍ତି ଉପକୃତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-oriented-project-village-relies-on-kenal-water-in-koraput | Argus News