Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମସ୍ୟା ବୁଝିବା ପାଇଁ ପାଖରେ ପହଂଚିବେ ପିପୁଲସ CM

Odisha

ସମସ୍ୟା ବୁଝିବା ପାଇଁ ପାଖରେ ପହଂଚିବେ ପିପୁଲସ CM

Smruti Parija
Browse all articles by Smruti Parija
·1 year ago·1 min read
ସମସ୍ୟା ବୁଝିବା ପାଇଁ ପାଖରେ ପହଂଚିବେ ପିପୁଲସ CM

ସୋମବାର ସମ୍ବଲପୁର ମହାନଗର ନିଗମ କାର୍ଯ୍ୟଳୟରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଶନିବାର ପଂଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାୟକ ସ୍ଥିତି ପରଖିଥିଲେ । ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ପରଖିଛନ୍ତି । ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ସଚିବଙ୍କ ପ୍ରକୋଷ୍ଠ, ଜରୁରୀ ସେବା ଆଦି ବିଭିନ୍ନ ପ୍ରକୋଷ୍ଠ ଖୋଲୁଥିବାରୁ ତାର ତଦାରଖ କରିଛନ୍ତି । ଜିଲ୍ଲାପାଳ, କମିଶନର, ପୋଲିସ ଆଇଜି, CMO ଅଫିସର କିଛି ଅଧିକାରୀ ସହ ଆଲୋଚନା କରିଛନ୍ତି । ସକାଳ ୮ ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ହଜାରେ ଜଣ ପୋଟାଲରେ ପଞ୍ଜିକରଣ କରିଛନ୍ତି। ୫ ଶହ ଅଫଲାଇନ ମାଧ୍ୟମରେ ଅଭିଯୋଗ ଶୁଣାଣୀରେ ସାମିଲ ହେବେ । ଲୋକଙ୍କ ଅନେକ ସମସ୍ୟା ଅନ ଦ ସ୍ପଟ ସମାଧାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।


ଅଭିଯୋଗ ଶୁଣାଣୀ ପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି । ମହାନଗର ନିଗମ କାର୍ଯ୍ୟଳୟ ଅଂଚଳରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ଅତିରିକ୍ତ ଏସପି, ଏସଡିପିଓ , ଥାନା ଅଧିକାରୀ ମଧ୍ୟ ନିୟୋଜିତ ରହିବେ । ୫୩ ନମ୍ବର ଜାତୀୟ ରାଜପଥ ରୁ SMC କାର୍ଯ୍ୟାଳୟ ପର୍ଯ୍ୟନ୍ତ ଟ୍ରାଫିକ , ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟଵସ୍ଥା ମଧ୍ୟ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସହ ସହ ରାଜ୍ୟର 11 ଜଣ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଵେ । CMO ଅଫିସ ର ବରିଷ୍ଠ ଅଧିକାରୀ ମଧ୍ୟ ରହିବେ । ଜନ ଅଭିଯୋଗ ଶୁଣାଣୀରେ ସାମିଲ ପାଇଁ ଜନ ସାଧାରଣ ପଞ୍ଜିକୃତ ସ୍ଵୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ଆଣିବେ ।

Education Next Season 5
Sponsored
peoples-cm-will-reach-out-to-understand-the-problem | Argus News