Videos
|
Odisha

ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା,ବାତ୍ୟା ଲାଗି ହୁଅନି ଭୟଭୀତ:ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା,ବାତ୍ୟା ଲାଗି ହୁଅନି ଭୟଭୀତ:ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:ଦାନା ବାନ୍ଧୁଛି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟା ଅବପାତରେ ହୋଇଛି ପରିଣତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ତେବେ ଏହି ଅବପାତ ୨୩ ତାରିଖ ସୁଦ୍ଧା ବାତ୍ୟା ରୂପ ନେବା ନେଇ ଅନୁମାନ କରାଯାଉଛି । ୨୪ କିମ୍ବା ୨୫ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ୧୦୦ରୁ ୧୨୦ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ,ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା କେନ୍ଦ୍ରାପଡା, ଭଦ୍ରକର ଧାମରା  ଏବଂ ଜଗତସିଂହପୁର ଦେଇ ଅତିକ୍ରମ କରିପାରେ । ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ବତନ୍ତ୍ର ରିଲିଫ କମିଶନର ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା,ବାତ୍ୟା ଲାଗି  ଭୟଭୀତ ନହୋଇ ମିଳିମିଶି ଏହି ବପତ୍ତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବାତ୍ୟା ପ୍ରସ୍ତୁତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ରକ୍ଷା କବଚ ସାଜି ଲୋକଙ୍କୁ ରକ୍ଷା କରିବା ଲାଗି ସରକାର ପ୍ରସ୍ତୁତ । ଏନଡ଼ିଆରଫ, ଓଡ୍ରାଫ  ଓ ଅଗ୍ନିଶମ ଟିମକୁ ପ୍ରସ୍ତୁତ କରି ରଖାଯାଇଛି । ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ  । 

 ଶକ୍ତି ଓ କୃଷି ବିଭାଗର ସମୀକ୍ଷ ପରେ ଅର୍ଗସ ନିଉଜକୁ  ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି. ଉଭୟ କୃଷି ଏବଂ ଶକ୍ତି ବିଭାଗ ପ୍ରସ୍ତୁତ ଅଛି। ଅଧିକାରୀ ମାନଙ୍କୁ ଛୁଟି ବାତିଲ ହୋଇଛି. କ୍ଵିକ ରେସପନ୍ସ ଟିମକୁ ଆକ୍ଟିଭ କରାଯାଇଛି। ଶକ୍ତି ବିଭାଗ ୩୩ ହଜାର କର୍ମଚାରୀ ଫିଲଡ଼ ରେ ଅଛନ୍ତି. ବାତ୍ୟା ପରେ ପୁନଃରୁଦ୍ଧାର କାମ ପାଈଁ ପୋଲ୍, ତାର, କଣ୍ଡକ୍ଟର ଏବଂ ଆନୁସାଙ୍ଗିକ ଜିନିଷ ମହଜୁଦ ରଖାଯାଇଛି। ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ, ପାନୀୟ ଜଳ ଯୋଗାଣ କେନ୍ଦ୍ରକୁ ନିରବଛିନ୍ନ ବିଜୁଳି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି. କୃଷି ବିଭାଗ ପକ୍ଷରୁ ଧାନ ଅମଳ ନେଇ ଚାଷୀ ମାନଙ୍କ ପାଇଁ ମାର୍ଗ ଦର୍ଶିକା ଜାରି ହୋଇଛି. ଉଭୟ ବିଭାଗ ସଜାଗ ରହିଛି
 ଏ ସବୁ ଭିତରେ ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁକିଛି ସହାୟତା ଯୋଗାଇଦେବାକୁ କହିଛନ୍ତି କ୍ୟାବିନେଟ୍ ସଚିବ । ବାତ୍ୟାକୁ ନେଇ ସଭିଏଁ ସଚେତନ ରହିବା ଆବଶ୍ୟକ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People's safety is the government's priority, there is no fear of storms: Chief Minister | Argus News