Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Breaking / ରାତି ଅଧରେ ହାଇଡ୍ରାମା , ଥାନା ଅଧିକାରିଣୀଙ୍କ ସ୍ବାମୀଙ୍କ ଦୁର୍ବ୍ୟବହାର ନେଇ ଲୋକଙ୍କ ହଙ୍ଗାମା

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ରାତି ଅଧରେ ହାଇଡ୍ରାମା , ଥାନା ଅଧିକାରିଣୀଙ୍କ ସ୍ବାମୀଙ୍କ ଦୁର୍ବ୍ୟବହାର ନେଇ ଲୋକଙ୍କ ହଙ୍ଗାମା

Key Points

ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଥାନାରେ ହାଇ ଡ୍ରାମା
ଥାନା ଅଧିକାରିଣୀଙ୍କ ସ୍ବାମୀଙ୍କ ଦୁର୍ବ୍ୟବହାର ନେଇ ଲୋକେ କଲେ ହଙ୍ଗାମା
୩ରୁ ୪ ଘଣ୍ଟା ଯାଏଁ ଚାଲିଲା ହୋହାଲ୍ଲା
କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ରାତି ଅଧରେ ଥାନାରେ ହାଇଡ୍ରାମା । ଥାନା ଅଧିକାରୀଙ୍କ ସ୍ଵାମୀଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ସହରର କିଛି ଲୋକେ । ଅଭିଯୋଗ ମୁତାବକ କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ସ୍ବାମୀ ସହରର କିଛି ଯୁବକଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିଲେ । ଯେଉଁମାନେ ଏହି ଦୁର୍ବ୍ୟବହାରର ଶିକାର ହୋଇଥିଲେ ସେମାନେ ବିଳମ୍ବିତ ରାତିରେ ଥାନାକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶତାଧିକ ଲୋକ ରାତିରେ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଥାନା ଅଧିକାରୀଙ୍କ ସ୍ଵାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ ।


ଅଭିଯୋଗ କରିଥିବା କିଛି ଯୁବକ କହିଥିଲେ, ସେମାନେ ତାଙ୍କ ପରିବାର ସହ ମାର୍କେଟ ଆସିଥିବା ବେଳେ, ସେହି ଥାନା ଅଧିକାରୀଙ୍କ ସ୍ଵାମୀ, ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ସେମାନେ ବିରୋଧ କରିବାରୁ, ସେ ନିଜକୁ ଏସ୍‌ପି ବୋଲି କହିବା ସହ, ଗୋଟିଏ ଫୋନ କଲରେ ଥାନାରେ ଭର୍ତ୍ତି କରିଦେବାର ଧମକ ମଧ୍ୟ ଦେଇଥିଲେ । ଅନ୍ୟ ଯୁବକମାନେ ଏହାକୁ ବିରୋଧ କରିବାରୁ ହାତ ଉଠାଇଥିଲେ ଥାନା ଅଧିକାରୀଙ୍କ ସ୍ଵାମୀ । ମାରୱାଡି ସମାଜ ଖରାପ ବୋଲି କହି ସେହି ଯୁବକମାନଙ୍କୁ ଗାଳି କରିଥିଲେ । ଯାହାକୁ ନେଇ ଶତାଧିକ ଯୁବକ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୩ରୁ ୪ ଘଣ୍ଟା ଯାଏଁ ଚାଲିଥିଲେ ଏହି ହୋହାଲ୍ଲା । ପରେ ଥାନା ଅଧିକାରୀଙ୍କ ସ୍ଵାମୀ କ୍ଷମା ପ୍ରାର୍ଥନା କରିବାରୁ ଶାନ୍ତ ହୋଇଥିଲେ ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Breaking | people's uproar over misbehavior of police station chief's husband | Argus News