Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ିପାରେ ମଧ୍ୟାହ୍ନ ଭୋଜନ ମୁଣ୍ଡପିଛା ଅର୍ଥ

Smruti Parija
Browse all articles by Smruti Parija
·1 year ago·1 min read
ବଢ଼ିପାରେ ମଧ୍ୟାହ୍ନ ଭୋଜନ ମୁଣ୍ଡପିଛା ଅର୍ଥ

ଭୁବନେଶ୍ୱର: ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କଥା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଗୃହରେ ଲିଖିତ ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ବଜାରରେ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ମୁଣ୍ଡପିଛା ପଡିର ମୂଲ୍ୟ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ଅଛି । 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଅନୁପାତରେ ପରିଚାଳିତ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରତ୍ୟେକ ସରକାରୀ ଓ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ୪୪,୫୦,୦୦୦ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଅଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମୁଣ୍ଡପିଛା ପଡିର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି । ତତ୍ ସହିତ ରାଜ୍ୟ ସରକାର ନିର୍ଦ୍ଧାରିତ ପଡିର ଅଂଶ ପ୍ରଦାନ କରିଥାନ୍ତି । ଏତଦ୍ ବ୍ୟତିତ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ପଡି ଖର୍ଚ୍ଚ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥାନ୍ତି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଖାଲି ଥିବା ଶିକ୍ଷକ ପଦ

Sponsored
Per capita cost of mid-day-meal may increase | Argus News