୨୦୧୭ ପୂର୍ବର ଆପର୍ଟମେଣ୍ଟ କିଣାବିକା ହୋଇପାରିବ

ଅର୍ଗସ ବ୍ୟୁରୋ: ଏଣିକି ସହଜ ହେବ ଆପାର୍ଟମେଣ୍ଟ କିଣା ବିକା । ୨୦୧୭ ଫେବ୍ରୁଆରୀ ୧୫ ତାରିଖ ପୂର୍ବରୁ ନିର୍ମାଣ କରାଯାଇଥିବା ଆପାର୍ଟମେଣ୍ଟ ଉପରେ ଲାଗିବ ନାହିଁ ରେରା ନିୟମ । ଅର୍ଥାତ ରେରା ନିୟମ ଲାଗୁ ହେବା ପୂର୍ବରୁ ଯେଉଁ ଆପାର୍ଟମେଣ୍ଟ ତିଆରି ହୋଇଛି, ତା'ଉପରେ ଲାଗିବ ନାହିଁ ରେରା ନିୟମ । ଏନେଇ ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି ।
ରିଏଲ ଇଷ୍ଟେଟ ରେଗୁଲେଟରି ଅଥରିଟି ବା RERA ଆଇନ ଆସିବା ପୂର୍ବରୁ ନିର୍ମିତ ଘର କିଣାବିକା ପାଇଁ ଅନୁମତି ମିଳିସାରିଛି। ଜନସାଧାରଣ ଏବଂ ବିଲଡର ଯେଉଁ ଅସୁବିଧା ସାମ୍ନା କରୁଥିଲେ ତାହା ଆଉ କରିବେ ନାହିଁ। ଏନେଇ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ରାଜସ୍ୱ ବିଭାଗକୁ ପରାମର୍ଶ ଦିଆଯାଇଛି।
କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଯୋଜନା ଚାଲିଛି। ଟିପି ସ୍କିମରେ ସବୁ ବଡ଼ ସହରକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟିପି ସ୍କିମ ଦ୍ୱାରା ରାସ୍ତା, ପାଣି, ସ୍ୱେରେଜ ପାଇଁ ବ୍ୟବସ୍ଥା ରହିବ। ପାର୍ଟ ପ୍ଲଟ ବିକ୍ରି ନେଇ ସରକାର ତର୍ଜମା କରୁଛନ୍ତି। ପାର୍ଟ ପ୍ଲଟ ନେଇ ଖୁବ ଶୀଘ୍ର ନିୟମ ପ୍ରଣୟନ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲ ଗୁଡିକର ତୁରନ୍ତ ଫଇସଲା କରାଯିବ । ଏନେଇ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି ।
ଏହାସହ ମନ୍ତ୍ରୀ କହିଛନ୍ତି ପୁରୁଣା ଆପାର୍ଟମେଣ୍ଟ କିଣାବିକା ହୋଇପାରିବ । ଲୋକଙ୍କୁ ଜାଣି ଶୁଣି ହଇରାଣ କରିବା ପାଇଁ ରେରା ଆଳରେ ଆପାର୍ଟମେଣ୍ଟ କିଣା ବିକାକୁ ଛନ୍ଦି ଦିଆଯାଉଥିଲା । ଯାହାଫଳରେ ସରକାର ବହୁ ରାଜସ୍ବ ହରାଉଥିଲେ । ପାର୍ଟ ପ୍ଲଟ ପାଇଁ ରାଜସ୍ବ ଓ ଆଇନ ବିଭାଗ ସହ ବୈଠକ ସରିଛି । ନଗର ଉନ୍ନୟନ ସଚିବ ଡ୍ରାପ ପ୍ରପୋଜାଲ ଦେଇସାରିଛନ୍ତି ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ । ଭୁବେନେଶ୍ୱର ଏକ ବେଟେର ସହର ହେବ, ପୁରୀ, କଟକ, ଭୁବେନେଶ୍ୱର କୁ ନେଇ ଟ୍ରାଏ ସିଟି ହେବ ବୋଲି କହିଛନ୍ତି ମନ୍ତ୍ରୀ ।