ବୈତରଣୀ ନଦୀର ମିଶୁଛି ଚିଙ୍ଗୁଡି ଫାର୍ମର କୀଟନାଶକ
·1 year ago

Key Points
ବୈତରଣୀ ଜଳ ପାଲଟୁଛି କି ଜହର
ଚିଙ୍ଗୁଡି ଫାର୍ମର କୀଟନାଶକ ମିଶୁଛି ପାଣିରେ
ପାଣିରେ ପଡୁଛି ଶିଳ୍ପ ପ୍ରତିଷ୍ଠାନର ବର୍ଜ୍ୟବସ୍ତୁ
ବିପଦରେ ମତ୍ସ୍ୟସମ୍ପଦ, ହେଲେ କାହାରି ନିଘା ନାହିଁ
ଚାନ୍ଦବାଲି ବୈତରଣୀ ନଦୀର ମିଶୁଛି ଚିଙ୍ଗୁଡି ଫାର୍ମର କୀଟନାଶକ । ହଜାର ହଜାର ହେକ୍ଟର ଜମିରେ ବେଆଇନ ଭାବେ ଚିଙ୍ଗୁଡି ଚାଷ କରୁଛନ୍ତି ମାଫିଆ । ଚିଙ୍ଗୁଡି ଫାର୍ମରେ ବ୍ୟବହାର କରାଯାଉଥିବା କୀଟନାଶକ ସିଧା ମିଶୁଛି ବୈତରଣୀ ନଦୀରେ । ବିଭିନ୍ନ ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁ ପଡୁଛି ପାଣିରେ । ଯାହା ବୈତରଣୀର ଜଳକୁ ଜହର କରୁଛି ବୋଲି ଅଭିଯୋଗ ହୋଇଛି ।
ବୈତରଣୀର ପାଣି ପ୍ରଦୂଷିତ ହେଉଥିବାରୁ ଏଥିରେ ରହୁଥିବା ମତ୍ସ୍ୟସମ୍ପଦ ଏବେ ବିପଦ ଘେରରେ । ପାଣି ଭିତରେ ରହୁଥିବା ବିଭିନ୍ନ ମାଛ, ଚିଙ୍ଗୁ଼ଡିଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଛି ବୋଲି କହିଛନ୍ତି ପରିବେଶବିତ । ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: