Videos
|
Odisha

ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା

Key Points

ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ
- ପେଟ୍ରୋଲ ପମ୍ପ୍‌ ସଂଘ ସହ ବୈଠକରେ ପରେ ଯୋଗାଣ ମନ୍ତ୍ରୀଙ୍କ ସୂଚନା
- ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ
- ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ
- କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା। ପ୍ଲାଷ୍ଟିକ ବୋତଲ ବ୍ୟତୀତ କାଚ, ଅନୁମିନିୟମ ଓ ଲୁହା ଟିଣ ବୋତଲରେ ମିଳିବ ପେଟ୍ରୋଲ। ପେଟ୍ରୋଲିୟମ ନିୟମ ଅନୁଯାଇ ହେବ ନିୟମ। ପ୍ଲାଷ୍ଟିକରେ ପେଟ୍ରୋଲ ବିକ୍ରି ହେବ ନାହିଁ। ଯେଉଁମାନେ ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ। ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ। ପେଟ୍ରୋଲ ପମ୍ପ ସଂଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯିବ।


ବାଲେଶ୍ୱର ଘଟଣାକୁ ନେଇ ଏପରି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଗୋଟିଏ ସପ୍ତାହ ଭିତରେ ରାଜ୍ୟରେ ନିଆଁରେ ପୋଡ଼ିଯିବା ଦୁଇ ଦୁଇଟି ଘଟଣା ପୂରା ସରକାରଙ୍କୁ ଦୋହଲାଇ ଦେଇଛି। ଯାହାକୁ ନେଇ ଏବେ ଖୋଲାରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ତେଣୁ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହଁ। କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Petrol in plastic bottles banned from today | Argus News