|
logo
Live

Argus News - ଡଙ୍କାରୀରେ ପେଟ୍ରୋଲିୟମ ହବ୍: ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

Odisha

Petroleum Hub / ଡଙ୍କାରୀରେ ପେଟ୍ରୋଲିୟମ ହବ୍: ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଡଙ୍କାରୀରେ ପେଟ୍ରୋଲିୟମ ହବ୍:  ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ
Petroleum Hub

Key Points

ଡଙ୍କାରୀରେ ପେଟ୍ରୋଲିୟମ ହବ୍ ପାଇଁ ବାଟ ଫିଟିବା ପରେ ଉତ୍ସାହ
ସରିଲା ଜମି ହସ୍ତାନ୍ତର ପ୍ରକିୟା.. ଜାଗିଲା ଆଶା
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଲୋକେ
ପ୍ରକଳ୍ପ ଆଗେଇବାରେ ଧର୍ମେନ୍ଦ୍ରଙ୍କ ବଡ଼ ଭୂମିକା

ଓଡ଼ିଶା ଶିଳ୍ପ ଜଗତରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯାଜପୁର ଡଙ୍କାରୀରେ ପେଟ୍ରୋଲିୟମ ହବ୍ ପ୍ରତିଷ୍ଠା ପାଇଁ ଫିଟିଛି ବାଟ । ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ସହ ଏହି ମେଗା ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଉତ୍ସାହର ଲହରି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦର୍ଶୀ ଚିନ୍ତାଧାରା ଏବଂ ଡବଲ ଇଞ୍ଜିନ ସରକାରଙ୍କ ତତ୍ପରତା ଯୋଗୁଁ ଏହି ପ୍ରକଳ୍ପ ଏବେ ବାସ୍ତବ ରୂପ ନେବାକୁ ଯାଉଛି । ପ୍ରାୟ ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଥିବା ଏହି ଅଶୋଧିତ ତୈଳ ଭଣ୍ଡାର ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ।

ଡଙ୍କାରୀ ପାହାଡ଼ ପାଦଦେଶରେ ହେବ ଦେଶର ସର୍ବବୃହତ ଅଶୋଧିତ ତୈଳ ପ୍ରକଳ୍ପ । ସରିଲା ଜମି ହସ୍ତାନ୍ତର ପ୍ରକିୟା.. ଜାଗିଲା ଆଶା । ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଅଟକି ରହିଥିଲା ପ୍ରକଳ୍ପ । ତେବେ ସରକାର ପରିବର୍ତ୍ତନ ହେବା ପରେ ତ୍ବରାନ୍ବିତ ହୋଇଛି କାମ । ସରିଛି ଇଡକୋ ସହ ଲିଡ୍ ଡିଡ ପ୍ରକିୟା ।   ଆଉ ଏନେଇ ସ୍ଥାନୀୟ ଲୋକେ ବେଶ୍ ଖୁସି । ୫ ହଜାର ଲୋକଙ୍କ ପାଇଁ ଏଠି ସୃଷ୍ଟି ହେବ ନିଯୁକ୍ତି ସୁଯୋଗ ।

ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୮୭୪୩ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ହୋଇଛି ବ୍ୟୟ ବରାଦ । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଏନେଇ ଆରମ୍ଭ କରିଥିଲେ ଉଦ୍ୟମ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରୀୟ ଟିମ ଆସି ସରଜମିନ ତଦନ୍ତ କରି ସରକାରଙ୍କୁ ଦେଇଥିଲେ ରିପୋର୍ଟ ।

୨୦୧୮ ଜୁନ ୨୧ରେ ଲାଗିଥିଲା କେନ୍ଦ୍ର କ୍ୟାବିନେଟର ମୋହର । ହେଲେ ସେତେବେଳର ରାଜ୍ୟ ସରକାର ଏହି ପ୍ରକଳ୍ପ ବାବଦରେ ଆଗ୍ରହ ପ୍ରକାଶ କରି ନଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବର୍ଷ ମାର୍ଚ୍ଚ ୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଇପିକଳ ଓ ଆଇଏସପିଆର ମଧ୍ୟରେ ହୋଇଥିଲା ରାଜିନାମା । ଏବେ ସ୍ଥାନୀୟ ଲୋକେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛନ୍ତି ଧନ୍ୟବାଦ ।

ଦେଶର ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ଓଡ଼ିଶାରେ ଏହି ପ୍ରକଳ୍ପ ଅଟକି ରହିଥିଲା । ୩.୭ ମିଲିୟନ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ଭଣ୍ଡାରରୁ ଜରୁରୀକାଳୀନ ସମୟରେ ମିଳିପାରିବ ପେଟ୍ରୋଲିୟମ ପଦାର୍ଥ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Petroleum Hub: ଡଙ୍କାରୀରେ ପେଟ୍ରୋଲିୟମ ହବ୍: ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ | Argus News