Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫୋନକୁ ଘରେ ଵସି ଠିକ କରିପାରିବେ ସେ ପୁଣି ଵିନା ଖର୍ଚ୍ଚରେ

Odisha

ଫୋନକୁ ଘରେ ଵସି ଠିକ କରିପାରିବେ ସେ ପୁଣି ଵିନା ଖର୍ଚ୍ଚରେ

Rashmita Mishra
Browse all articles by Rashmita Mishra
·2 years ago·2 min read
ଫୋନକୁ ଘରେ ଵସି ଠିକ କରିପାରିବେ ସେ ପୁଣି ଵିନା ଖର୍ଚ୍ଚରେ

ଅର୍ଗସ ବ୍ୟୁରୋ: ଯଦି ଆପଣଙ୍କର ଫୋନ ର ସ୍କ୍ରିନ୍ କଳା ହୋଇଯାଏ କେବେ ଏପରି ସମସ୍ୟାର ସମ୍ମୁଖୀନ ହୋଉଛନ୍ତି। ତେବେ ଆପଣଙ୍କୁ ଜମା ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହା ଅନେକ କାରଣ ହେତୁ ହୋଇପାରେ ଏବଂ ସଵୁଠୁ ଵଡ କଥା କି ହେଉଛି ଆପଣ ଏହାକୁ ଘରେ ଵସି ଠିକ କରିପାରିବେ 

ଫୋନରେ  ଯଦି ଟିକିଏ ଅସୁବିଧା ଆରମ୍ଭ ହୁଏ ତେବେ ସମସ୍ତ କାମ ବନ୍ଦ ହୋଇଯାଏ । ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରେ କଣ ସମସ୍ୟା ସୃଷ୍ଟି ହୋଇପାରେ ତାହା କିଛିଵି ଜଣା ପଡିନଥାଏ ।ଫୋନ୍ ସହିତ ମଧ୍ୟ ସମାନ ଘଟଣା ଘଟେ । ଆମେ ଦେଖୁ ଯେ ଅନେକ ଥର ଲୋକମାନେ ଆଣ୍ଡ୍ରଏଡ୍ ଫୋନର ସ୍କ୍ରିନ ବ୍ଲାକଆଉଟ୍ ହୋଇଯାଏ । ଏପରି ଯେତେଵେଳ ଘଟିଥାଏ ଅଧିକାଂଶ ଲୋକ ଚିନ୍ତିତ ହୁଅନ୍ତି ଯେ ବର୍ତ୍ତମାନ ଫୋନରେ କିଛି ଅସୁବିଧା ଅଛି ଏବଂ ସେମାନଙ୍କୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡେ କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଫୋନର ସ୍କ୍ରିନର ବ୍ଲାକଆଉଟ୍ ଅନେକ କାରଣ ହୋଇପାରେ ଯାହାକୁ ଆପଣ ଏହାକୁ ଦୋକାନକୁ ନ ନେଇ ନିଜେ ଘରେ ଵସି ଠିକ୍ କରିପାରିବେ । ଆସନ୍ତୁ ଜାଣିବା ଏହି ଘଟଣାର କାରଣ କ’ଣ ହୋଇପାରେ ।

ଆପ୍ ଅପଡେଟ୍ ହୋଇନାହିଁ:-
ଯଦି ଆପଣଙ୍କ ଫୋନରେ ସ୍କ୍ରିନ୍ ବ୍ଲାକଆଉଟ୍ ହୋଇଯାଇଛି । ତେବେ ଏହା ହୋଇପାରେ ଯେ ଆପଣ ବ୍ୟବହାର କରୁଥିବା ଆପ୍ ପୁରୁଣା ହୋଇଯାଇଛି ।  ଯେତେବେଳେ ଆପ୍ ଅପଡେଟ୍ ହୋଇନଥାଏ ସେତେବେଳେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ, ସଵୁଵେଳେ ପ୍ଲେ ଷ୍ଟୋରରୁ ଆପକୁ ଅପଡେଟ୍ ରଖିବାକୁ ଚେଷ୍ଟା କରନ୍ତୁ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବ୍ୟାଟେରୀ ସମସ୍ୟା: -
ବେଳେବେଳେ ବ୍ୟାଟେରୀ ସମସ୍ୟା ହେତୁ ଏହା ହୋଇଥାଏ । ଯେତେବେଳେ ବ୍ୟାଟେରୀର ପୂରୁଣା ହୋଇ ଖରାପ  ହେବାକୁ ଲାଗେ ଏହି ପ୍ରକାର ସମସ୍ୟା ହୋଇପାରେ ।  ଏଥିରେ ତୁମ ବ୍ୟାଟେରୀ ଠିକ ଅଛି କି ନାହିଁ ଦେଖିଵାକୁ ପଡ଼ିବ ।

SD କାର୍ଡ:-
ଅନେକ କ୍ଷେତ୍ରରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଫୋନରେ ପୃଥକ ଭାବରେ ସ୍ଥାପିତ ଷ୍ଟୋରେଜ୍ କାର୍ଡରେ କିଛି ସମସ୍ୟା ହେତୁ ଏହା ଘଟେ ।  ତେଣୁ, ଏସଡି କାର୍ଡକୁ ଥରେ କାଡି ସଫା କରି ପୁନର୍ବାର ଭର୍ତ୍ତି କର 

ଯଦି ଏହି ସମସ୍ତ ପଦକ୍ଷେପ ଗ୍ରହଣ କରିବା ପରେ ମଧ୍ୟ  ଆପଣଙ୍କର ଫୋନ୍ ସେହିପରି ସମାସ୍ୟା ଦୋଖାଦୋଉଛି ତେବେ ଆପଣ ଫୋନକୁ ଥରେ ଦୋକାନରେ ଦୋଖାଉଵା ଉଚିତ 
 

Argus Whatsapp Channel Mobile Top
Sponsored
photogallery tech accessories phone screen black flash samsung phone these 4 reason | Argus News