ଇନଷ୍ଟା ଷ୍ଟୋରୀରେ ଦେଲେ ଶ୍ରୀମନ୍ଦିର ଭିତର ଘଣ୍ଟି ଦ୍ଵାର ସମ୍ମୁଖ ଅଞ୍ଚଳର ଚିତ୍ର
·1 year ago·1 min read

Key Points
ଶ୍ରୀମନ୍ଦିର ଭିତର ଫୋଟୋ ପୁଣି ଭାଇରାଲ
ଶ୍ୱେତାଂଶୁ ମହାପାତ୍ର ନାମକ insta id ରୁ ଭାଇରାଲ୍ ହେଉଛି ଫୋଟୋ
ଆନନ୍ଦ ବଜାର ଭିତରୁ ତିନି ରଥର ଚିତ୍ର ମଧ୍ୟ ନିଆଯାଇଛି
ଶ୍ରୀମନ୍ଦିର ଭିତର ଫୋଟୋ ପୁଣି ଭାଇରାଲ । ଶ୍ୱେତାଂଶୁ ମହାପାତ୍ର ନାମକ insta id ରୁ ଭାଇରାଲ୍ ହେଉଛି ଫୋଟୋ । ନିଜ insta ଷ୍ଟୋରିରେ ଶ୍ରୀମନ୍ଦିର ଭିତର ଫୋଟୋ ଦେଇଛନ୍ତି ସ୍ୱେତାଂଶୁ ନାମକ ଉକ୍ତ ଯୁବକ । ଶ୍ରୀମନ୍ଦିର ଭିତର ଘଣ୍ଟି ଦ୍ଵାର ସମ୍ମୁଖ ଅଞ୍ଚଳର ଚିତ୍ର insta story ରେ ରହିଛି । ଆନନ୍ଦ ବଜାର ଭିତରୁ ତିନି ରଥର ଚିତ୍ର ମଧ୍ୟ ନିଆଯାଇଛି । ନୀଳାଦ୍ରି ବିଜେ ଦିନ ଏହି ଚିତ୍ର ନିଆଯାଇଛି ବୋଲି ଯାହା ଜଣା ପଡ଼ୁଛି । ରାତି ବେଳା ଏହି ଫୋଟୋ ନିଆଯାଇଥିବା ଅନୁମାନ କରାଯାଉଛି । ତେବେ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: