ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଲା ପିକ୍ଅପ୍
·1 year ago

ପୋଖରୀରେ ପଶିଲା ପିକଅପ। ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସିଗଲା। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ତେନ୍ତୁଳିସାହି ଗ୍ରାମରେ। ଶରତରୁ କପ୍ତିପଦା ଅଭିମୁଖେ ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ ଆସୁଥିଲା। ହେଲେ ତେନ୍ତୁଳିସାହି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ପୋଖରୀ ଭିତରକୁ ପିକଅପଟି ପଶି ଯାଇଥିଲା।
ପୋଖରୀରେ ପାଣି କମ ଥିବାରୁ କାଦୁଅ ଭିତରେ ପିକ୍ଅପ୍ଟି ଫସି ଯାଇଥିଲା। ଯାହା ପରେ ପିକଅପ ଚାଳକ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: