ବ୍ରେକ ଫେଲ୍ ହୋଇ ରାସ୍ତା କଡକୁ ଓଲଟିଲା ପିକ୍ଅପ୍: 15ରୁ ଉର୍ଦ୍ଧ୍ବ ଆହତ
·1 year ago

Key Points
ବ୍ରେକ ଫେଲ୍ ହୋଇ ରାସ୍ତା କଡକୁ ଓଲଟିଲା ପିକ୍ଅପ୍
15ରୁ ଉର୍ଦ୍ଧ୍ବ ଆହତ
ସମସ୍ତ ଯାତ୍ରୀଙ୍କୁ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି
ଏକ ବିବାହ ଭୋଜିରେ ଯୋଗ ଦାନ ଦେଇ ନିଜ ଗାଆଁ ହଟାଗଣ୍ଡା ଫେରୁଥିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇ ରାସ୍ତା କଡ଼କୁ ଓଲଟିଲା । ଯାହା ଫଳରେ ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପ୍ରକାରେ ଏକ ବିବାହ କାର୍ଯ୍ୟକ୍ରମ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଚର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା।
ସେହି ଭୋଜିରେ ଯୋଗ ଦେଇ ସମସ୍ତେ ହସ ଖୁସିରେ ଫେରୁଥିବା ବେଳେ ଅଡବା ଥାନା ଗୁଲୁବା ମଶାଣି ଛକ ନିକଟରେ ଗାଡ଼ିର ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ପିକ୍ଅପ୍ଟି। ତେବେ ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ କରୁଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: