Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛାତ୍ରଛାତ୍ରୀଙ୍କୁ ନେଇ ପରେଡକୁ ଯାଉଥିବା ପିକଅପ୍ ଭ୍ୟାନ ଓଲଟିଲା: ଜଣେ ମୃତ, ୨୦ରୁ ଅଧିକ ଆହତ

Odisha

ଛାତ୍ରଛାତ୍ରୀଙ୍କୁ ନେଇ ପରେଡକୁ ଯାଉଥିବା ପିକଅପ୍ ଭ୍ୟାନ ଓଲଟିଲା: ଜଣେ ମୃତ, ୨୦ରୁ ଅଧିକ ଆହତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଛାତ୍ରଛାତ୍ରୀଙ୍କୁ ନେଇ ପରେଡକୁ ଯାଉଥିବା ପିକଅପ୍ ଭ୍ୟାନ ଓଲଟିଲା: ଜଣେ ମୃତ, ୨୦ରୁ ଅଧିକ ଆହତ

Key Points

ପରେଡ୍‌କୁ ଯିବା ବେଳେ ଅଘଟଣ 

ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ

ଦୁର୍ଘଟଣାରେ ୨୩ ଛାତ୍ରଛାତ୍ରୀ ଗୁରୁତର

ବାଙ୍କୀ: ସାଧାରଣତନ୍ତ୍ର ଦିବସ ପରେଡ୍‌କୁ ଯିବା ବେଳେ ଅଘଟଣ । ପିକଅପ୍ ଭ୍ୟାନ ଓଲଟି ପଡ଼ିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୨୩ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବାଙ୍କୀ ଥାନା ମାଳବିହାରପୁର ହାଇସ୍କୁଲ୍‌ ପିଲାଙ୍କୁ ନେଇ ପିକଅପ୍‌ ଭ୍ୟାନଟି ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯାଉଥିଲା । ମୃତକ ଦଶମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ବେହେରା ବୋଲି ସୂଚନା ମିଳିିଛି ।


ମାଳବିହାରପୁର ଗାଁ ବ୍ରିଜ ନିକଟରେ ଓଲଟି ପଡ଼ିଥିଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଠଗଡ଼ ହସ୍ପିଟାଲରୁ ୭ରୁ ୮ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାଇସ୍କୁଲ୍‌ରେ ପତାକା ଉତ୍ତୋଳନ ପରେ ୨୫ରୁ ୩୦ ପିଲାଙ୍କୁ ନେଇ ପରେଡ୍ ଗ୍ରାଉଣ୍ଡକୁ ପିକଅପ୍ ଭ୍ୟାନଟି ଯାଉଥିଲା । କୌଣସି କାରଣରୁ ପିକଅପ୍‌ ଭ୍ୟାନଟି ଓଲଟି ପଡ଼ିବାରୁ ସମ୍ମୁଖ ଭାଗ ବାମ ପଟର ଚକଟି ଭାଙ୍ଗି ବାହାରି ଯାଇଥିଲା । 

Argus Whatsapp Channel Mobile Top
Sponsored
Pickup Van Carrying Students To Parade Ground Overturn Update | Argus News