Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଲଟିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍ଅପ ଭ୍ୟାନ

Smruti Parija
Browse all articles by Smruti Parija
·1 year ago·1 min read
ଓଲଟିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍ଅପ ଭ୍ୟାନ

କେନ୍ଦୁଝର: ଓଲଟିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍ଅପ ଭ୍ୟାନ । କୁକୁଡ଼ା ବୋହି ନେଲେ ସ୍ଥାନୀୟ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଏକାଧିକ କୁକୁଡା ମୃତ, ବଳକା କୁକୁଡ଼ାକୁ ବୋହି ନେଲେ ସ୍ଥାନୀୟ ଲୋକେ । ପିକ୍ଅପ ଭ୍ୟାନ କେନ୍ଦୁଝର ଆଡୁ କଲିକତା ଆଡ଼କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

ଭୋରରୁ ଏକ ବ୍ରଏଲର କୁକୁଡ଼ା ବୋଝେଇ ପିକ୍ଅପ ଭ୍ୟାନ କେନ୍ଦୁଝର ଆଡୁ କଲିକତା ଆଡ଼କୁ ଯାଉଥିବା ସମୟରେ ଚିଲିଦା ନିକଟରେ ପିକ୍ଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ କୁକୁଡ଼ା ଏଣେତେଣେ ଛିଟିକି ପଡିଥିଲା । କୁକୁଡ଼ା ବୋଝେଇ ପିକ୍ଅପ ଓଲଟିଥିବା ଜାଣିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କୁକୁଡ଼ା ସବୁ ନେଇ ପଳାଇ ଯାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pickup van loaded with broiler chickens-overturned | Argus News